ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁରର ମହାତ୍ମାଗାନ୍ଧୀ ଷ୍ଟାଡିୟମଠାରେ ହୋଇଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ଚମ୍ପିୟାନ ହୋଇଛି।
୧୪ ବର୍ଷରୁ କମ୍ ଏହି ପ୍ରତିଯୋଗୀତାରେ ପାରଳାଖେମୁଣ୍ଡିର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦିବ୍ୟା ବେଣିଆ (୪୮କିଲୋ) , ପିଏମଶ୍ରୀ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ଆର୍.ରୋହିତ (୪୬କିଲୋ) , ବିନୋଦିନୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପଦ୍ମପୁରର ସାଗର ମଣ୍ଡଳ (୫୦କିଲୋ) , ଏସକେସିଜି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଗୁରାଣ୍ଡିର ଚନ୍ଦନ ଗୟା (୫୪କିଲୋ) ଓ ଜଗନ ବେଣିଆ (୫୭କିଲୋ) , ପିଏମଶ୍ରୀ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ଗଗନ ବେଣିଆ (୭୫ କିଲୋ) ବିଜୟ ହାସଲ କରିଛନ୍ତି।
ଏହି ବିରଳ କୃତିତ୍ୱ ପାଇଁ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ୱାଲ , ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ , ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କ୍ରୀଡା ଦାୟିତ୍ୱରେ ଥିବା ସୁରେନ୍ଦ୍ର ପାତ୍ର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସେମାନଙ୍କର ଏହି କୃତିତ୍ୱ ପାଇଁ ତାଲିମଦାତା ରାମକୃଷ୍ଣ ବେଣିଆ ଓ ମ୍ୟାନେଜର ଦିଲ୍ଲେଶ୍ୱର ଟ୍ରୁନାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହିଭଳି ଉଦ୍ୟମ ଜାରୀ ରଖି ଆଗକୁ ଆହୁରି ଅଧିକ ଗୌରବ ପ୍ରତିଷ୍ଠା ଲାଭ କରିବାକୁ ପରାମର୍ଶ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.