ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ: ଆଜି ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ , ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୬୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୫୧ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଦିବ୍ୟା ଙ୍ଗ ବିବାହ ସହାୟତାରେ ତିନି ଜଣଙ୍କୁ ପ୍ରୋତ୍ସାହନ ଅର୍ଥରାଶି ପ୍ରଦାନ କରଯାଇଥିଲା।ନବରଙ୍ଗପୁର ବ୍ଲକ ପୂଜାରୀଗୁଡ଼ା ର ଶ୍ରୀମତି ରାଧିକା ଭତ୍ରା ଓ ପର୍ଶୁରାମ ଭତ୍ରା, ପାପଡାହାଣ୍ଡି ବ୍ଲକ ମୁଣ୍ଡଗୁଡ଼ା ର ଶ୍ରୀମତି ସେବତୀ ଜାନି ଏବଂ ମଧୁ ଜାନି, କୋଷାଗୁମୁଡ଼ା ବ୍ଲକ ର ମଙ୍ଗଲସାଇ ଭତ୍ରା ଏବଂ ହିରାମଣି ଭତ୍ରା ପ୍ରତ୍ୟେକ ଦମ୍ପତିଙ୍କୁ ଜିଲ୍ଲାପାଳ ୨,୫୦,୦୦୦ ଟଙ୍କା ର ଚେକ୍ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post