ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

11

ବାଣପୁର:(ସେକ୍ କୌସର):ବାଣପୁର ଗୋଷ୍ଠି ଶିକ୍ଷା ଅଧିକାରୀ, ଵିଆରସିସି ଙ୍କ ତତ୍ୱାବଧାନ ରେ ବାନାମ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୀମପୁର କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପ୍ରମୋଦ କୁମାର ପାତ୍ର ଙ୍କ ଦ୍ଵାରା ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାହାସପୁର ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବାନାମ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷାର ମୂଲ୍ୟ ବୋଧ ଉପରେ ନିଜର ମତ ରଖିଥିଲେ। ତତସହିତ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାନର ବାଣପୁର ବ୍ଲକ ଟିଚର ଏଜୁକେଟିର ଶ୍ରୀମତୀ ସୁଭାମିତା ଦାସ ଏହି ବୈଠକ ରେ ଯୋଗଦେଇ କ୍ଲଷ୍ଟର ସ୍ତରୀୟ ବୈଠକ ର ଆଭିମୁଖ୍ୟ ତଥା ନୂତନ ଶିକ୍ଷା ନୀତି ରେ ପଞ୍ଚପଡ଼ି ଲେସନ ପ୍ଲାନ୍, ଗ୍ୟାଲେରୀ ୱାକ, ଶିକ୍ଷଣ ସୋପାନ ରେଜିଷ୍ଟର ଓ ଛାତ୍ରଛାତ୍ରୀ ମାନଙ୍କର ନୈତିକ ମୂଲ୍ୟବୋଧ ଶିକ୍ଷା ର କିପରି ଅଭିବୃଦ୍ଧି ହୋଇପାରିବ ସେଥି ନିମନ୍ତେ କ୍ଲଷ୍ଟର ୧୮ ଜଣ ଶିକ୍ଷକ ଶିକଷୟିତ୍ରୀ ତଥା ପ୍ରଧାନ ଶିକ୍ଷକ ମାନଙ୍କ ମାର୍ଗଦର୍ଶନ କରାଇଥିଲେ। ପରିଶେଷରେ ଆୟୋଜକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା

Leave A Reply

Your email address will not be published.