ମନ୍ଦିର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କଲେ ବିଧାୟକ

10


ଝାରସୁଗୁଡ଼ା, ୩/୧୦: ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ୫ ନମ୍ବର ୱାର୍ଡର କବରୀସ୍ଥାନପଡ଼ାସ୍ଥିତ କାଳୀ ମନ୍ଦିର ଓ ହନୁମାନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ ଶନିବାର ବିଧାୟକ ଟଙ୍କଧର ତ୍ରିପାଠୀଙ୍କ କରକମଳରେ ଅନୁଷ୍ଠିତ ହୋଇଛି।

ଉଭୟ ମନ୍ଦିରର ପୁନରୁଦ୍ଧାର ପାଇଁ ବିଧାୟକ ପାଣ୍ଠିରୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥ ମଞ୍ଜୁର ହୋଇଛି। ଏହି କାର୍ଯ୍ୟ ଝାରସୁଗୁଡ଼ା ସଦର ବ୍ଲକ ପକ୍ଷରୁ କାର୍ଯ୍ୟକାରୀ କରାଯିବ।

ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ ଧାର୍ମିକ ଓ ସାମାଜିକ କାର୍ଯ୍ୟର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏଥିସହ ଜନସାଧାରଣଙ୍କ ମୌଳିକ ସୁବିଧାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେଇ କାର୍ଯ୍ୟ ଜାରି ରହିବ ବୋଲି ସେ ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଡିଓ ଅନିଲ ଆଚାର୍ଯ୍ୟ, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ, ମଣ୍ଡଳ ସଭାପତି ଅରବିନ୍ଦ ପାଠକ, ସାଧାରଣ ସମ୍ପାଦକ କ୍ଲେମେଣ୍ଟ ରୋନାଲ୍ଡ, ମନବୋଧ ସେନ୍ଧରିଆ, ଦିଲୀପ ସାହାଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.