ଓଡ଼ଗାଁ ୨୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ଦେଓଗାଁ – ଭାଲିଆଡିହି ବିଦ୍ୟାଳୟ ଉଭୟ ପାର୍ଶ୍ବରେ ରାସ୍ତା ନିର୍ମାଣ ପାଇଁ ଆବଶ୍ଯକ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ପୂର୍ତ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି।ଯଦି ଉଭୟ ଗ୍ରାମବାସୀ ନିଷ୍ପତ୍ତିକୁ ମାନି ନିଅନ୍ତି ତେବେ ଭଲ ନତୁବା ଆଇନ୍ ସହାୟତାରେ ଉକ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ କରାଯିବ ବୋଲି ପ୍ରଶାସନ ତରଫରୁ ଉଭୟ ଗ୍ରାମବାସୀଙ୍କୁ ଶୁଣାଇ ଦିଆଯାଇଛି। ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ରାଜସ୍ବ ନିରୀକ୍ଷକଙ୍କ ସହାୟତାରେ ରାସ୍ତା ଚିହ୍ନିତ କରି ରାସ୍ତା କାର୍ଯ୍ୟ ଆରମ୍ଭ କରନ୍ତୁ ଏବଂ ଉଭୟ ଗ୍ରାମବାସୀ ସହଯୋଗ କରନ୍ତୁ ବୋଲି ତହସିଲଦାର ବୁଝାଇଛନ୍ତି।ସୂଚନା ଥାଉକି ଦୀର୍ଘ ୨୬ ବର୍ଷ ଧରି ରାସ୍ତା ବିବାଦ ଲାଗିରହିଥିବାରୁ ଏହାର ପରାଭବ ଦେଓଗାଁ ବାସୀଙ୍କୁ ଭୋଗିବାକୁ ପଡୁଥିଲା।ବିବାଦ ଲାଗିରହିବାରୁ ବିଭିନ୍ନ ଘଟଣାକୁ କେନ୍ଦ୍ର କରି ଗଣ୍ଡଗୋଳ ଲାଗିବା, କୋର୍ଟ କଚେରୀ ଯାଇ ଅର୍ଥ ବରବାଦ୍ କରିବା, ବିଶେଷ କରି ବାପଘର ଶାଶୁଘର ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହେବା ଯୋଗୁ ସାମାଜିକ ଅସ୍ଥିରତା ସୃଷ୍ଟି ହେଉଥିଲା। ହେଲେ ପ୍ରଶାସନ ଠାରୁ ଆରମ୍ଭ କରି ପଡୋଶୀ ଗ୍ରାମବାସୀ ସମସ୍ତେ ବିବାଦର ସମାଧାନ ପାଇଁ ଅପେକ୍ଷା କରିଥିବା ବେଳେ ଆଗକୁ କ’ଣ ହେଉଛି ଦେଖିବାକୁ ବାକି ରହିଲା।
Sign in
Sign in
Recover your password.
A password will be e-mailed to you.