ମହା ଶିବରାତ୍ରୀ ରେ ପ୍ରସିଦ୍ଧ କେଲିଆ ଶୈବ ପୀଠରେ ୩୦ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୬/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ପ୍ରସିଦ୍ଧ କେଲିଆ ବାବା ଝାଡେଶ୍ୱର ଶୈବ ପୀଠରେ ଆଜି ପବିତ୍ର ମହା ଶିବରାତ୍ର ଉପ ଲକ୍ଷେ ୩୦ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ଜନ ସମାଗମ ହୋଇଛି।ନବରଙ୍ଗପୁର ଜିଲ୍ଲା,କଳାହାଣ୍ଡି ଜିଲ୍ଲା ସହ ପୋଡଶି ଛତିଶଗଡ ରୁ ହଜାର ହଜାର ସଖ୍ୟାରେ ଶ୍ରଦ୍ଧାଳୁ ଆସିଥିଲେ। ଭକ୍ତ ଙ୍କ ଭିଡ କୁ ଦୃଷ୍ଟି ରେ ରଖି ମନ୍ଦିର ପରିଚାଳନା କମିଟି ତରଫରୁ ବେରି କଡ ଦେଇ ଧାଡ଼ି ରେ ଭକ୍ତ ମାନେ ମହାଦେବ ଙ୍କୁ ଦର୍ଶନ କରିଥିଲେ। ବଡ଼ି ଭୋର ରୁ ମହାଦେବ ଙ୍କ ନିତିକାନ୍ତି ପରେ ଶ୍ରଦ୍ଧାଳୁ ମାନେ ମହାଦେବ ଙ୍କୁ ଦର୍ଶନ କରିବାକୁ ଭିଡ ଲଗାଇ ଥିଲେ।ପରିଚାଳନା କମିଟି, ବାଣୁଆ ଗୁଡା ଶିବ ଶକ୍ତି ଯୁବକ ସଂଘ ଓ ପୁଲିସ ର ମିଳିତ ସହାୟତାରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।ରାତ୍ର ସାଢେ ୮ ଘଣ୍ଟ ସମୟ ରେ ମହାଦ୍ଵିପ ଲାଗିଥିବା ବେଳେ ଆଜି ରାତ୍ର ଲୋକଙ୍କ ମନୋରଞ୍ଜନ ପାଇଁ ଦୁଇଟି ଆଦିବାସୀ ନାଟକ ଅନୁଷ୍ଠିତ ହେବ । କେଲିଆ ଶୈବ ପୀଠ ରେ ସାଂସଦ ବଳଭଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ,ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଚଚରାଗୁଡା ସରପଞ୍ଚ ରଞ୍ଜୁଭତରା, ମନ୍ଦିର ପରିଚାଳନା କମିଟି ସଭାପତି ତଥା ଡାବୁଗାଁ ତହସିଲଦାର ହରି ଓମ ଭୋଇ, ଜି ସାଇ ରାଜୁ,ଭଗବାନ ମହାନ୍ତି, ସୁରେନ୍ଦ୍ର ମିଶ୍ର,ସୂର୍ଯ୍ୟ ସୁବୁଦ୍ଧି, ଦେବରାଜ ପାତ୍ର,ଧର୍ମାନନ୍ଦ ନାୟକ,ଭାଗିରଥି ମାଝୀ, ପଦମ ମାଝୀ,ମୋହନ ସିଂ ଗଣ୍ଡ,ଦୂର୍ଯ୍ୟ ଭତରା,ତ୍ରିନାଥ ଗୌଡ଼,କର୍ଣ୍ଣ ମାଝୀ,ତ୍ରିନାଥ କଲାର,ଓ ସପନ ମାଝୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏଥି ସହ ଡାବୁଗାଁ ଡଙ୍ଗରିଗୁଡ଼ା ଶିବ ମନ୍ଦିର,ବାଗ ବେଡା ଶିବ ମନ୍ଦିର, ବିରିଶୋଲା ଶିବ ମନ୍ଦିର, ଜୁନା ପାଣି ଆଖଣ୍ଡଳମଣି ଶିବ ମନ୍ଦିର, ମେଣ୍ଡରା ଶିବ ମନ୍ଦିର, ବୁଟିଆଗୁଡା ଶିବ ମନ୍ଦିର ସହ ବିଭିନ୍ନ ଶିବ ମନ୍ଦିର ରେ ମହା ଶିବରାତ୍ର ରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଜନ ସମାଗମ ହୋଇଥିଲା।

Leave A Reply

Your email address will not be published.