ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ବ୍ରିଟିଶ ଅମଳରେ ସ୍ଥାପିତ ହୋଇଥିବା ରାଜ ବୋଡାସମ୍ବର ହାଇସ୍କୁଲ ର ୧୯୮୮ ମସିହା ମ୍ୟାଟ୍ରିକ ବ୍ୟାଚ ର ସପରିବାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଲଖମରା ନିକଟସ୍ଥ ଦେବଦରହା ଶିବ ମନ୍ଦିର ଠାରେ ୬୦ ରୁ ଉର୍ଦ୍ଧ୍ୱ ବନ୍ଧୁ ସପରିବାର କୁ ନେଇ ଏକାଠି ହୋଇଥିଲେ। ବନ୍ଧୁମାନେ ଏକତ୍ରିତ ହୋଇ ନିଜ ନିଜ ମଧ୍ୟ୍ୟରେ ଭାବ ର ଆଦାନ ପ୍ରଦାନ କରିବା ସହ ପୁରୁଣା ସ୍ମୃତି କୁ ମନେ ପକାଇଥିଲେ। ପରେ ବନ୍ଧୁମାନେ ଏକାଠି ହୋଇ ଏକ ସଭା ର ଆୟୋଜନ କରାଯାଇଥିଲା। ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ସଭାପତି ପ୍ରକାଶ ମେହେର, ସମାଜ ସେବୀ ଅଶୋକ ମିଶ୍ର, ଡାକ୍ତର ସଂଜୀବ କୁମାର ମିଶ୍ର, ସାମ୍ବାଦିକ ମନୋହର ଦାଶ, ପ୍ରମୋଦ କୁମାର ପଣ୍ଡା, ଦିଲୀପ ବାରିକ,ଅଭୟ ନାୟକ,ସରୋଜ ଷଡ଼ଙ୍ଗୀ, ସିମାଞ୍ଚଲ ମିଶ୍ର,ରବିନ୍ଦ୍ର ଦାଶ,ଉତ୍ତମ ନନ୍ଦ,ଜଗନ୍ନାଥ ଦୀପ ଆଦି ଅନେକ ପୁରାତନ ଛାତ୍ର ମାନେ ସପରିବାର କୁ ନେଇ ଏକାଠି ହୋଇଥିଲେ। ଆଗାମୀ ଦିନ ରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ବୈଠକ ରେ ସ୍ଥିର ହୋଇଥିଲା। ଶେଷ ରେ ରଘୁନାଥ ପୁରୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.