(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଆଜି ଖଲ୍ଲିକୋଟ,ଵିରୁଳି , ବାଣପୁର ତାଲୁକା ଆନୁକୁଲ୍ୟରେ , ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ୧୬ ଜାତୀୟ ରାଜପଥ ନିକଟରେ ଟୋଲ୍ ଗେଟ୍ ର ପାର୍ଶ୍ଵରେ ଥିବା ଚିଲିକା କଲ୍ୟାଣ ମଣ୍ଡପ ଠାରେ, ନିଖିଳ ଓଡିଶା ବାଣାୟତ ଓଡିଆ ସମାଜ ର ରାଜ୍ୟ ଓ ଗଞ୍ଜାମ ଜିଳ୍ଲାର ନିର୍ବାଚନ ମହାସଭା ଅନୁଷ୍ଠିତ ହୋଇଥିଲା । ଜାତିର ମମତା ଡୋରି ରେ ବାନ୍ଧି ହୋଇ ଥିଲେ, ମନ୍ତ୍ରୀ ଓ ବିଧାୟକ । ଓଡିଶା ସରକାରଙ୍କର ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ, ପଶୁ ବିକାଶ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗର ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାନଖେମୁଣ୍ଡି ବିଧାୟକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ଜେନା, ପୋଲସରା ପୂର୍ଵତନ ବିଧାୟକ ଓ ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ପ୍ରମୁଖ ନେତୃବୃନ୍ଦ ଙ୍କ ସହ ଅନ୍ୟାନ୍ୟ ଓଡ଼ିଶାର ବିଭିନ୍ନ ତାଲୁକା ଏଵଂ ବିଭିନ୍ନ ସଭାପତି ଗଣ,
ଉପସ୍ଥିତ ଥିଲେ ବୋଲି ଜଣାପଡିଛି। ଏ କାର୍ଯ୍ୟକ୍ରମ ରେ ସମସ୍ତ ଵାଣା଼ୟତ ଓଡିଆ ଜାତିର କର୍ମ କର୍ତ୍ତା, ଉପଦେଷ୍ଟା ମଣ୍ଡଳୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ପାଛୋଟି ଅଣାଯାଇଥିଲା। ଏହାପରେ ଆନୁଷ୍ଠାନିକ ଉଦଘାଟନ, ଧ୍ଵଜା ଉତ୍ତୋଳନ, ପ୍ରଦୀପ ପ୍ରଜ୍ବଳନ, ମଞ୍ଚାସିନ ଅତିଥି ମାନଙ୍କୁ
ଉପଢ଼ୌକନ, ପୁଷ୍ପଗୁଚ୍ଛ ପ୍ରଦାନ ଦେଇ ଆପ୍ୟାୟିତ କରାଯାଇଥିଲା। କୁନି କୁନି ଝିଅମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ବୋଲାଯାଇ ସାରିଲା ପରେ , ବିବରଣୀ ପଠନ ଓ ଅତିଥି ମାନଙ୍କ ଦ୍ବାରା ବକ୍ତୃତା ଆରମ୍ଭ ହୋଇ ଥିବା ବେଳେଶେଷରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା |
Sign in
Sign in
Recover your password.
A password will be e-mailed to you.
Prev Post
ପୋଲିସ ଜନ ସମ୍ପର୍କ ଶିବିର ଅବସରରେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ପ୍ରଚେଷ୍ଟାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର
Next Post