ଗାନ୍ଧୀ ସରକାରୀ ୟୁପି ସ୍କୁଲରେ ଇଣ୍ଟରାକ୍ଟ କ୍ଲବ ଚାର୍ଟର ପ୍ରଦାନ

13

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ସେକ୍ଟର-୧୯ସ୍ଥିତ ଗାନ୍ଧୀ ସରକାରୀ ୟୁପି ସ୍କୁଲର ଇଣ୍ଟରାକ୍ଟ କ୍ଲବ ଚାର୍ଟର ଇନଷ୍ଟଲେସନ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ରୋଟାରୀ ଜିଲ୍ଲା-୩୨୬୧ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆଲମ ସିଂହ ରୂପ୍ରା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲାର ପ୍ରଥମ ମହିଳା ରୋଟାରିଆନ ହରପାଲ ରୂପ୍ରା ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କନିକା ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ। କ୍ଲବ ସଭାପତି ରୋଟାରିଆନ ଡ. ସରିତା ମଲ୍ଲ ଓ ପିପି ଡ. ଅଞ୍ଜନା ମୈତ୍ର ଇଣ୍ଟରାକ୍ଟ କ୍ଲବର ଉଦ୍ଦେଶ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ। ରୋଟାରିଆନ ପୁତୁଲ ରାହୁଲ ମୁଖ୍ୟଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟଅତିଥି ଆଲମ ସିଂହ ରୂପ୍ରା ନବନିର୍ବାଚିତ ଇଣ୍ଟରାକ୍ଟ କ୍ଲବ ସଭାପତି ଚାନ୍ଦିନୀ ଶର୍ମାଙ୍କୁ ଦାୟିତ୍ୱ ପ୍ରଦାନ କରିବା ସହ ଇଣ୍ଟରାକ୍ଟ ସମ୍ପାଦକ ଇନ୍ଦ୍ର ଗୋପଙ୍କୁ ଚାର୍ଟର ପ୍ରଦାନ କରିଥିଲେ। ଗାଇଡ୍ ଶିକ୍ଷୟିତ୍ରୀ ସରସ୍ୱତୀ ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଶେଷରେ ରୋଟାରିଆନ ଲଳିତା ମୁଦଲି ଧନ୍ୟବାଦ ଅର୍ପଣ କରିଥିଲେ। ରୋଟାରିଆନ ସରିତା ମଲ୍ଲ, ନମିତା ଆଚାର୍ଯ୍ୟ, ଅଞ୍ଜନା ମୈତ୍ର, ସୁଚିସ୍ମିତା ବିଶ୍ୱାସ, ପୁତୁଲ ରାହୁଲ, ଟୁନି ସାହୁ, ଲଳିତା ମୁଦଲି, ଆଶିଷ କୁମାର, ବିଜୟ କୁମାର ଓ ସନ୍ଧ୍ୟାରାଣୀ ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହ ଇଣ୍ଟରାକ୍ଟ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.