ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ୍ ତମାମୁରା କ୍ଲଷ୍ଟର ସ୍ଥିତ ଗଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ପ୍ରମୋଦ ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ,ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସଦାନନ୍ଦ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ଡୁଙ୍ଗୁରିପାଲି ଗୋଷ୍ଠୀ ସହଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ଯୋଗଦେଇ ପାଠପଢ଼ା ସାଙ୍ଗକୁ ଜୀବନରେ ଭଲମଣିଷ ହେବା ପାଇଁ ମୂଲ୍ୟବୋଧ ର ବିକାଶ ଶିକ୍ଷା ର ମୂଳ ଲକ୍ଷ୍ୟ ବୋଲି କହିଥିଲେ l ତମାମୁରା ସରପଞ୍ଚ ମିତା ତ୍ରିପାଠୀ,ଏସଏମସି ଅଧ୍ୟକ୍ଷ ଗିରିଧାରୀ ବାରିକ, ପଞ୍ଚସଖା ଶିକ୍ଷାସେତୁ ସଭାପତି ବଳିଷ୍ଠ ସାହୁ,ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ସାହୁ, ସିଆରସିସି ଶୁଭଲାଲ ସାହୁ,ତମାମୁରା ୟୁପି ସ୍କୁଲ ପ୍ରଧାନଶିକ୍ଷକ ଫଗୁନୁ ନାଏକ, ଡାହୁକବୁଡ଼ ୟୁପି ସ୍କୁଲ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମ୍ଭାର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ଶିକ୍ଷକ ଆନନ୍ଦ ପଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ବିଶ୍ଵାମିତ୍ର ଯୋଶୀ ବାର୍ଷିକ ବିବରଣୀ ପଠନ କରିଥିଲେ l ଶିକ୍ଷକ ପ୍ରଦୀପ ଭୁକ୍ତା ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଦେବେନ୍ଦ୍ରନାଥ ଜୁଆଡ଼ି ଧନ୍ୟବାଦ ଅର୍ପଣ କରିଥିଲେ l ବିଭିନ୍ନ ପ୍ରତିଯୋଗୀତା ରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇ ଥିଲା । ଶିକ୍ଷକ ଶୋଭାଚନ୍ଦ୍ର ବାରିକ ଓ ଶିକ୍ଷୟିତ୍ରୀ ପ୍ରଜ୍ଞାପରିମିତା ପଣ୍ଡା ଙ୍କ ତତ୍ୱାବଧାନ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକ ଙ୍କ ମନମୋହିଥିଲା l ନୃତ୍ୟ ନିର୍ଦ୍ଦେଶକ ସରୋଜ ଥନାପତି,ବାଦ୍ୟକାର ସତ୍ୟବାନ ମନହୀରା,ବଳଭଦ୍ର ଜାଲ,ପ୍ରକାଶଚନ୍ଦ୍ର ବାରିକ,ଚକ୍ରଧର ବାରିକ,ଏସଏମସି ସଭ୍ୟସଭ୍ୟା ଓ ଗଧାପାଲି ଗ୍ରାମବାସୀ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post