ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ “ଜାତୀୟ ସେବା ଯୋଜନା” ଦିବସ ପାଳିତ

11

– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଅଧ୍ୟକ୍ଷା ଡ . ରୀନା ସାହୁ ଙ୍କ ଅଧ୍ୟକ୍ଷତା ରେ “ଜାତୀୟ ସେବା ଯୋଜନା” ଦିବସ ପାଳିତ ହୋଇଯାଇଛି ।
ପ୍ରାରମ୍ଭ ରେ ଜାତୀୟ ସେବା ଯୋଜନା ଅଧିକାରୀ, ଡ.ମଧୁସ୍ମିତା ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଅଧ୍ୟକ୍ଷା ଡ. ରୀନା ସାହୁ ନିଜ ଅଭିଭାଷଣ ରେ ଜାତୀୟ ସେବା ଯୋଜନା ଦିବସର ଆଭିମୁଖ୍ୟ , କିପରି ନିଜର କର୍ତ୍ତବ୍ୟ କରିବା , ଶୃଙ୍ଖଳା ରକ୍ଷା , ଦାୟିତ୍ୱବୋଧ , ସହଯୋଗ , ନେତୃତ୍ୱ ଏବଂ ମାନବିକତା ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ତତ୍ ପରେ ଜାତୀୟ ସେବା ଯୋଜନା ଅଧିକାରୀ ଡ . ମଧୁସ୍ମିତା ପ୍ରଧାନ ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ ସହ ଛାତ୍ରୀମାନଙ୍କ ମନରେ ସେବା , ନେତୃତ୍ୱ ମନୋଭାବ ଓ ଦେଶର ଉନ୍ନତିରେ ସହଯୋଗ ଦେବା ସହ ଜାତୀୟ ସେବା ଯୋଜନା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି—“ Not Me But You”, ଅର୍ଥାତ୍ “ମୁଁ ନୁହେଁ, ତୁମେ”। ଏହି ଚିନ୍ତାଧାରା ଆମକୁ ନିଜ ସ୍ୱାର୍ଥଠାରୁ ସମାଜ କୁ ଆଗରେ ରଖିବା ପାଇଁ ପ୍ରେରଣା ଦେଉଛି କହି ଏହି ସମ୍ପର୍କ ରେ ଆଲୋକପାତ କରିଥିଲେ ଏବଂ ଏହା ପରେ ଶିକ୍ଷା ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ ଅଜିତ୍ ବେହେରା ମଧ୍ୟ ପିଲାମାନଙ୍କୁ ଭଲ ଚାକରୀ କରିବା ସହିତ ଜୀବନ ରେ ଭଲ ମଣିଷ ହେବା ହେଉଛି – ‘ଜୀବନ ରେ ପ୍ରକୃତ ସଫଳତା କହି ‘ ଛାତ୍ରୀମାନଙ୍କୁ ଦେଶ ର ଭବିଷ୍ୟତ କହି ନିଜର ଅଭିଭାଷଣ ରଖିଥିଲେ।
ତାହାପରେ ରାଜନୀତି ବିଜ୍ଞାନ ର ଅଧ୍ୟାପିକା ସୁଶ୍ରୀ ଶର୍ମିଷ୍ଠା ଭୁକ୍ତା ମଧ୍ୟ – ନିରକ୍ଷରତା ଦୂରୀକରଣ ଓ ଗ୍ରାମୀଣ ବିକାଶ ଭଳି କାର୍ଯ୍ୟ ରେ ନିଜକୁ ସାମିଲ୍ କରିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ପରିଶେଷ ରେ ଜାତୀୟ ସେବା ଯୋଜନା ଅଧିକାରୀ ଡ. ମଧୁସ୍ମିତା ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଧ୍ୟାପକଓ ଅଧ୍ୟାପିକା ଙ୍କ ସମେତ, ଅଣ କର୍ମଚାରୀ ବୃନ୍ଦ ଏବଂ ଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଫଳ ରୂପେ କାର୍ଯ୍ୟକ୍ରମ କୁ ଶେଷ କରିଥିଲେ।

Leave A Reply

Your email address will not be published.