ଅର୍ଦ୍ଧ ଶତାବ୍ଦୀର ସଂଗୀତ ଓ ରଘୁନାଥ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସନ୍ଧ୍ୟାରେ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆଗାମୀ ୧୯/୩/୨୦୨୫ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଗୁରୁ ରଘୁନାଥ ପାତ୍ର ଙ୍କ ସାଂଗୀତିକ ଜୟ ଯାତ୍ରାର ଗୌରବ ମୟ ୫୦ ବର୍ଷ ପୂରଣ ଅବସରରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥିରୀକୃତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ର ନାମ “ଅର୍ଦ୍ଧ ଶତାବ୍ଦୀର ସଂଗୀତ ଓ ରଘୁନାଥ” ରଖାଯାଇଛି।
ଏହି ବୈଠକରେ ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ଓ ଆବାହକ ଡା.ଚନ୍ଦନ ଗନ୍ତାୟତ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ଦେଇଥିଲେ।
କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ସମ୍ମାନୀତ ଅତିଥି ଭାବେ ନିମନ୍ତ୍ରଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ଗୁରୁ ରଘୁନାଥ ପାତ୍ରଙ୍କ ସ୍ୱର ସଂଯୋଜନାର ଭଜନ , ଆଧୁନିକ ଓ ଗଜଲ୍ କୁ ଓଡ଼ିଶାର ସ୍ୱନାମଧନ୍ୟ କଳାକାର ତଥା ଗୁରୁଙ୍କ ଶିଷ୍ୟ ମାନଙ୍କ ଦ୍ଵାରା ପରିବେଷଣ କରାଯିବ।
ଏହି ବୈଠକରେ ସଦସ୍ୟ ଆଦର୍ଶ ଦାସ , ରୂପେଶ ସାହୁ , ରାଜେନ୍ଦ୍ର ରଥ , ଦୁର୍ଗା ମାଧବ ପଣ୍ଡା , ସରୋଜ ପଣ୍ଡା ,ରାମଚନ୍ଦ୍ର ମିଶ୍ର , ରାଜା ପାତ୍ର , ସ୍ନିଗ୍ଧା ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ପୋଷଣ କରିଥିଲେ। ଶେଷରେ ଆଦର୍ଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.