ଓଡ଼ଗାଁ ୨୦।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ବାରା ବ୍ଳକର ୮୧୦ ଖାଉଟି କାର୍ଡ ଫେରସ୍ତ ପାଇଁ ସମ୍ପୃକ୍ତ ଆୟକର ଦାତାଙ୍କୁ ତାଗିଦ୍ କରାଯାଇଛି । କୈାଣସି କାଡରେ ଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ କେହି ଜଣେ ଯଦି ଆୟକର ପ୍ରଦାନ କରୁଥିବେ, ତେବେ ପରିବାର ସମସ୍ତ ସଦସ୍ୟ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେ । ତେବେ ରାସନକାଡ ବଣ୍ଟନ ବେଳେ ଏକାଠି ରହିଥିବା ପରିବାର ସଦସ୍ୟ ମାନଙ୍କ ଭିତରେ ବର୍ତ୍ତମାନ ସମୟରେ ଅନେକ ପରିବାର ଅଲଗା ହୋଇଯାଇଥିବା ବେଳେ ଯେକୌଣସି ଜଣେ ଆୟକର ଦାତାଙ୍କ ଯୋଗୁ ପରିବାରର ଅନ୍ୟ ସଦସ୍ୟମାନେ ଏବେ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେ । ଅନ୍ୟପକ୍ଷରେ ଘରୋଇ ବ୍ୟାଙ୍କ କିମ୍ବା ଅର୍ଥ ଲଗାଣକାରି ସଂସ୍ଥା ମାନଙ୍କରୁ ଋଣ ଆଣିବା ନିମନ୍ତେ କେତେକ କ୍ଷେତ୍ରରେ ୠଣ ଆବେଦନ କାରିଙ୍କୁ ଆୟକର ପ୍ରମାଣ ପତ୍ର ଦେବାକୁ ପଡ଼ିଥାଏ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ରାସନକାଡ ଫେରେଇବା ନିମନ୍ତେ ନୋଟିସ ପହଁଞ୍ଚିଥିବାରୁ ସେମାନଙ୍କୁ ରାସନ କାଡ଼ରୁ ବାଦନଦେବା ପାଇଁ ପ୍ରତିଦିନ ବହୁ ହିତାଧିକାରୀ ଆସି ବ୍ଳକ ଯୋଗାଣ ନିରିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ଏପରି ଘଟଣା ପାଇଁ କୈାଣସି ସ୍ପଷ୍ଟ କରିନାହାଁନ୍ତି । ୮୧୦ କାଡ ଫେରସ୍ତ ହେଲେ ଓଡ଼ଗାଁ ବ୍ଳକରୁ ୨୭୩୦ ଜଣ ହିତାଧିକାରୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେ । ଅଭାବ ଯୋଗୁଁ ଋଣ ଆଣିବା ଚକରରେ ଆୟକର ଫାଇଲ କରିଥିବା ରାସନକାଡ ହିତାଧିକାରୀ ମାନଙ୍କ ମଧ୍ୟରୁ ଅନେକେ ରାସନ୍ କାର୍ଡ ପାଇବା ନିମନ୍ତେ ମଧ୍ୟ ଯୋଗ୍ୟ ଅଟନ୍ତି । ଏଣୁ ସରକାର ନିଶ୍ଚିନ୍ତ ଭାବରେ ଏମାନଙ୍କକଥା ବିଚାରକୁ ନେବେବୋଲି ସେମାନେ ଆଶା ରଖିଛନ୍ତି । ସୂଚନା ଥାଉକି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ବାରା ପ୍ରଥମ ଦଫାରେ ଚାକିରି କରିଥିବା ୨୦୪ ଅଯୋଗ୍ୟ ହିତାଧିକାରୀଙ୍କୁ ଛାଟ ମାରିଥିବା ବେଳେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୧ ଗୋଟି କାଡ ଫେରସ୍ତ ମିଳିଛି । ହେଲେ ଏବେ ଆୟକର ଦାତାଙ୍କ ଉପରେ ପଡିଛି ଦିତୀୟ ଛାଟ । ଏମାନଙ୍କ ମଧ୍ୟରୁ କେତେଜଣ କାଡଧାରିଙ୍କୁ ଅଯୋଗ୍ୟ ଘୋଷିତ କରାଯିବ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।
Sign in
Sign in
Recover your password.
A password will be e-mailed to you.
Prev Post