“ଅବହେଳିତ ଝାଡେଶ୍ଵର ମନ୍ଦିର”।

2

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା/: ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଵାରସର ଠାରେ ଝାଡେଶ୍ଵର ମନ୍ଦିର, ସେ ମଧ୍ୟରେ ରେ ବିଦ୍ୟମାନ ରାମଚଣ୍ଡୀ , ତା ସହିତ ୧୪ ଟି ମନ୍ଦିର ଥିବା ପରିଦୃଶ୍ୟ ମାନ ହେଉଛି।
ଉକ୍ତ ମନ୍ଦିର କୃଷ୍ଣ ଗିରିର ପାଦଦେଶରେ ଥିବା ବେଳେ,ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଭକ୍ତମାନଙ୍କୁ ଆକର୍ଷିତ କରେ। କଥିତ ଶିଳାଲେଖଟି ଅବଲୋକନ କଲେ ଜଣାଯାଏ ଏହା ସମ୍ଭବତଃ ଶକାଦ୍ଦ୧୯୪୫ରେ ଶୈଳୋଦଭଵ ବଂଶ ଦ୍ଵାରା ସ୍ଥାପିତ ହୋଇଥିଲା। ପ୍ରଭୁ ରାମଚନ୍ଦ୍ରଙ୍କ ଅନୁଗମନ ସମୟରେ ଅନୁଜ ଲକ୍ଷ୍ମଣଙ୍କୁ ଧରି ଏହିପଥରେ ଥିବା ଏବଂ ଅନୁଜଙ୍କ ଶର ନିକ୍ଷେପ ରେ ଗଙ୍ଗା ଯମୁନା ଓ ସରସ୍ଵତୀ ତିନିଧାର ଜଳ ଫୁଟି ବାହାରିବା ପ୍ରଵାଦ ଥିବା ବେଳେ ଅଦ୍ୟାବଧି ବର୍ଷ ତମାମ କୃଷ୍ଣଗିରି ପାହାଡରୁ ଝରଣା ବହୁଛି ।ଆଉ ଉକ୍ତ ଜଳକୁ ଚାଷୀ କୁଳ ଜଳସେଚିତ କରି ଥାଆନ୍ତି। କିନ୍ତୁ ଏ ମନ୍ଦିର ଅବହେଳିତ ଅବସ୍ଥା ରେ ଦେଖିବାକୁ ମିଳିଛି। ଏଠାକୁ ବହୁତ ପର୍ଯ୍ୟଟକ ବୁଲି ଆସିଥିବା ଜଣାଯାଏ । ସରକାର ଉକ୍ତ ଝାଡେଶ୍ଵର ମନ୍ଦିର କୁ ପର୍ଯ୍ୟଟନ ସ୍ଥଳୀ ରୂପେ ହାତକୁ ନେଇ, ଏ଼ହାର ଉନ୍ନତି ମୂଳକ କାର୍ଯ୍ୟ କରିପାରିଲେ ଜନସାଧାରଣ ବିଶେଷ ଖୁସି ହେବେ ।ଏ ସଂକ୍ରାନ୍ତରେ ଏଠାକାର ପୂଜାରୀ ତଥା ଅନ୍ୟାନ୍ୟ ଜନସାଧାରଣ ସରକାର ଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.