ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ, ନୀତିଶ କହିଲେ ସ୍ୱାଗତଯୋଗ୍ୟ ପଦକ୍ଷେପ 

0

ଭୁବନେଶ୍ୱର :ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ମିଶନ ପାଇଁ ସମର୍ଥନ ଯୋଗାଡ କ୍ରମରେ  ବିଜେଡି ତରଫରୁ ସାଂସଦ ଶ୍ରୀ ନଗେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ରବୀନ୍ଦ୍ର କୁମାର ଜେନା ଜନତା ଦଳ (ୟୁ) ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କୁ ପାଟନାସ୍ଥିତ ତାଙ୍କ ବାସଭବନରେ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜୁ ଜନତା ଦଳ ସଭାପତି ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ । ଶ୍ରୀ ଯାଦବ ଏ ପ୍ରସଂଗରେ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିବା ସହିତ ଆଶା ପ୍ରକାଶ କରିଥିଲେ ଯେ ଏହି ପ୍ରୟାସ ଯେପରି ସଫଳ ହୁଏ । ତତ୍‍ସହିତ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ସ୍ୱାଗତ କରିବା ସହିତ ପ୍ରଶଂସା କରିଥିଲେ । ଶ୍ରୀ ନୀତିଶ କୁମାର କହିଥିଲେ ଯେ ଶ୍ରୀ ପଟ୍ଟନାୟକ ମହିଳାମାନଙ୍କ କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସ୍ୱାଗତଯୋଗ୍ୟ ।

ସୂଚନାଯୋଗ୍ୟ, ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ପ୍ରତିନିଧିମାନେ ଭାରତବର୍ଷର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି ।

Leave A Reply

Your email address will not be published.