ପଦ୍ମପୁର :- ନାଗେନମାଲ ରାସ୍ତା ରେ ଯାଉଥିବା ସ୍କୁଟି ଉପରେ ଚଢାଉ କରି ବିପୁଳ ପରିମାଣର କଫ ସିରଫ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୁଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ର ଏକ ଟିମ୍ ନାଗେନମାଲ୍ ରାସ୍ତା ରେ ଯାଉଥିବା ସ୍କୁଟି ଉପରେ ଚଢାଉ କରି ୧୭୪ ବୋତଲ କଫ ସିରଫ, ୬୧୯ ଗୋଟି ଇଞ୍ଜେକସନ୍, ନଗଦ ୨୬୫୦୦ ଟଙ୍କା, ୨ଟି ମୋବାଇଲ, ସ୍କୁଟି କୁ ଜବତ କରିବା ସହ ଅଭିଯୁକ୍ତ ଭୀମ କଢେଇ କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମମତା ନାଏକ ସୂଚନା ଦେଇଛନ୍ତି। ଚଢାଉ ବେଳେ ଏସ୍ ଆଇ ଧନେଶ୍ଵର ସାହୁ, ଏ ଏସ୍ ଆଇ ପୀତବାସ ପଟେଲ, ହାବିଲଦାର ପ୍ରକାଶ ଆଚାର୍ଯ୍ୟ ଏବଂ ସୁରେନ୍ଦ୍ର ସାଗର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.