ଖପ୍ରାଖୋଲ ୧୮/୨(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାନଉଡେନ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି I ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ରଘୁନାଥ ସିଂ ବରିହା, ସମ୍ମାନିତ ଅତିଥି କଳଙ୍କି ବରିହା, ସି ଆର ସି ସନାତନ ବାରିକ, ମୁଖ୍ୟ ବକ୍ତା ରାଜିନ୍ଦ୍ର କୁମାର ମହାନ୍ତି,ପ୍ରଧାନ ଶିକ୍ଷକ ଦେବରାଜ ବିଭାର, ଶିକ୍ଷକ ମୋତିଲାଲ ତାଣ୍ଡି,ଏସ ଏମ ସି ପ୍ରେସିଡେଣ୍ଟ ଉଦୟ ନାଥ ସାହୁ, ଯୋଗ ଦେଇ ଥିବା ଵେଳେ ସଭା କୁ ଶିକ୍ଷକ ପ୍ରଭାସ ଭୋଇ ପରିଚାଳନା କରିଥିଲେ I ଏହି ଉତ୍ସବ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଶିକ୍ଷୟତ୍ରୀ ସୁମତି ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ I ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ମାନେ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Prev Post