ବାଲୁଗାଁ ନୂତନ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗଦେଲେ ଓପିଏସ ସଞ୍ଜୟ କୁମାର ପଟ୍ଟନାୟକ

2

ବାଲୁଗାଁ:(ସେକ କୌସର):ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନୂତନ ଏସଡିପିଓ ଭାବେ ଓପିଏସ ସଞ୍ଜୟ କୁମାର ପଟ୍ଟନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଏହା ପୁର୍ବରୁ ଯାଜପୁର ରୋଡ ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ। ତେବେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଫଳତାର ସହ ସେ ପୁର୍ବରୁ ଆଇଆଇସି ଭାବେ କାର୍ଯ୍ୟ କରିସାରିଛନ୍ତି।ଜିଲ୍ଲାର ଟାଙ୍ଗୀ, ବାଲୁଗାଁ ଓ ବାଣପୁର ଥାନାରେ ତାଙ୍କର ଆଇଆଇସି ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିବା ବେଳେ ବର୍ତ୍ତମାନ ଏସଡିପିଓ ଭାବେ ଅଞ୍ଚଳରେ କାର୍ଯ୍ୟ କରିବାରେ ତାହା ସହାୟକ ହେବ।ଶ୍ରୀ ପଟ୍ଟନାୟକ ଆଜି ନୂତନ ବାଲୁଗାଁ ଏସଡିପିଓ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ଏହି ଅବସରରେ ଏକାଧିକ ଅଞ୍ଚଳବାସି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ବାଲୁଗାଁ ପୋଲିସ ସବ ଡିଭିଜନ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଅଞ୍ଚଳକୁ ଅପରାଧ ମୁକ୍ତ ରଖିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି।

Leave A Reply

Your email address will not be published.