ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

2

ଖୋର୍ଦ୍ଧା : (ସେକ ଜାଫର)- ଖୋର୍ଦ୍ଧା:ଜୟୀରାଜଗୁରୁ ଟାଉନ ହଲ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜଙ୍କ ଅଧକ୍ଷତାରେ ଖୋର୍ଦ୍ଧା ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ କ୍ରମରରେ ମୁଖ୍ୟ ଅତିଥି ଭାବରେ ଅତିରକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗ ଦେଇ ନିଜ ବକ୍ତବ୍ୟ ରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ସମସ୍ତ ଆଇନ ଓ ଅଧିକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l
ଡେପୁଟି କଲେକ୍ଟର, ମନୋଜ ସେନାପତି , ଜିଲ୍ଲା ମୁଖ୍ୟ ଚିକିସ୍ୟଲୟର ଡାକ୍ତର ଇନ୍ଦିରା କୁମାରୀ ରଥ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ମହିଳା ଆଇନ ସଚେତନତା ସମ୍ବଦ୍ଧରେ ନିଜର ବକ୍ତ୍ୟବ ରଖି ଥିଲେ l
ମହିଳା ଅଧିକାର ଆଇନ ବିଶେଷଜ୍ଞ ଆଇନଜୀବୀ ସ୍ନେହାଞ୍ଜଳୀ ମହାନ୍ତି ଓ ଆକ୍ସନ ଏଡ଼ର ଜାତୀୟ ପ୍ରୋଗ୍ରାମ ଲିଡ଼ ଘାସିରାମ ପଣ୍ଡା ଯୋଗ ଦେଇ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ଥିବା ବିଭିନ୍ନ ଆଇନ ଯଥାଲିଙ୍ଗ,ଭୃଣ ନିରୁପୂଣ ନିବାରଣ ଆଇନ , ବାଲ୍ୟ ବିବାହ ନିଷେଧ , ଯୌତୁକ ନିବାରଣ , କର୍ମ ସ୍ଥଳରେ ମହିଳାଙ୍କୁ ଯୌନ ଶୋଷଣ ନିବାରଣ , ଘରୋଇ ହିଂସା ନିବାରଣ ଆଇନ ପ୍ରଭୃତି ବିଷୟରେ ବିଷଦ ଭାବରେ ଆଲୋଚନା କରିବା ସହିତ ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ l
ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା,ୱାର୍ଡ ମେମ୍ବର , ଅଙ୍ଗନୱାଡି ଓ ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା,ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସି.ଡି.ପି.ଓ ପ୍ରମୁଖ ଯୋଗ ଦେଇ ଥିଲେ l ଶେଷରେ ଆକ୍ସନ ଏଡ଼ର ବାଲ୍ୟ ବିବାହ ନିରାକରଣ ଜିଲ୍ଲା ସଂଯୋଜକ ଉତ୍କଳ ମାଇତି ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.