ଖପ୍ରାଖୋଲ ୧୭/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଜବାହାର ଲାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପାଟଣାଗଡ ଉପଖଣ୍ଡ ସ୍ତରୀୟ ଜୁନିଅର ରେଡ୍ କ୍ରସ୍ ର ପରାମର୍ଶଦାତା ଙ୍କ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ପାତ୍ର ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିର ରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବୈଦ୍ୟନାଥ ମିଶ୍ର, ସମ୍ମାନୀତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାଇରାମ୍ ସାହୁ ଯୋଗଦେଇ ଜୁନିଅର ରେଡ୍ କ୍ରସ ର ଦାୟିତ୍ଵ ଓ ଜନ ସେବା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ତାଲିମ ଦାତା ରୁପେ ରବୀନ୍ଦ୍ର ଥେଟୁଆଲ, ଘନଶ୍ୟାମ ମେହେର, ଯଦୁମଣି ବଗର୍ତ୍ତି, ଅରବିନ୍ଦ କୁମ୍ଭାର ଯୋଗଦେଇ ପରାମର୍ଶ ଦାତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରାମର୍ଶ ଦାତା ହେମାସାଗର ପଧାନ, ଅଜୟ ଭୋଇ ସମେତ ଖପ୍ରାଖୋଲ, ବେଲପଡ଼ା ଓ ପାଟଣାଗଡ ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଜୁନିଅର ରେଡ୍ କ୍ରସ ପରାମର୍ଶ ଦାତା ଯୋଗଦେଇଥିବା ବେଳେ ବ୍ଲକ ସଂଯୋଜକ ଶରତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.