ଜମନକିରା (ଲିପନ ନାଏକ ) ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଶକ୍ତି (ଖ) ଏସ.ଏଚ.ଜି ସଦସ୍ୟ ଙ୍କୁ ବାକାୟା ଟଙ୍କା ନେଇ ହଟହଟା କରାଯାଇଥିବା ଅଭିଯୋଗ ହୋରଛି। ମୁକ୍ତା ଜୟପୁରିଆଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଏମମ୍ବିକେ ତାଙ୍କୁ ଅସବ୍ୟ ଭାଷାରେ ଗାଲୀ ଗୁଲଜ କରି ବାକାୟା ଟଙ୍କା ମାଂଗୁଛନ୍ତି। ଏହି ଘଟଣାକୁ ନେଇ ଶୁକ୍ରବାର ଭୋଜପୁର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକ ରେ ଆରୋପ ପତ୍ୟାରୋପ ହୋଇଥିଲା ଓ ଅଭିଯୋଗ କୁ ଏମମ୍ବିକେ ଖଣ୍ଡନ କରି କହିଥିଲେ ଯେ ବହୁଦିନରୁ ଟଙ୍କା ଦେଉନାହାନ୍ତି ଓ ମୁଁ ତାଙ୍କୁ ଟଙ୍କା ଦେବାକୁ କହିଛି। ସେହିପରି ଶକ୍ତି (ଖ) ଏସ ଏଚ ଜି ସଭାପତି ଙ୍କ କହିବା ଅନୁଯାଇ ଏମ.ବି.କେ ତାଙ୍କୁ ଟଙ୍କା ଦିଆ ନ ହେଲେ ମୂଷାମରା ଖାଇ ଦିଆ ବୋଲି କହିଥିବା ବେଳେ ଅନ୍ୟ ଜଣେ ସଦସ୍ୟ ଅଞ୍ଜନା ସୁନାନୀ ଙ୍କ କହିବା ଅନୁଯାଇ ଏମ.ବି.କେକାହିଁକି ଆମକୁ ବେଜତି କଲେ ଆମେତ ଟଙ୍କା ଦେବୁ ବୋଲି କହିଥିଲେ। ସେହିପରି ମହାସଂଘ ସଭାପତି ଗୁଣବତୀ ନାଏକ ଙ୍କ କହିବା ଅନୁଯାଇ ସେଦିନ ମିଟିଙ୍ଗ ରେ ଏଭଳି କୌଣସି କଥା ହୋଇ ନାହିଁ ସେମାନେ ୨୦୧୮ ମସିହାରୁ ଟଙ୍କା ନେଇଛନ୍ତି ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି ସେ ସମ୍ପର୍କ ରେ କୁହାଯାଇଛି। ଘଟଣାକୁ କେନ୍ଦ୍ର କରି କୁଛିଣ୍ଡା ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଘଟଣା ର ସମାଧାନ ପାଇଁ ଏସ.ଏଚ.ଜି ମହିଳାଙ୍କ ସାଧାରଣ ରେ ଦାବି ହୋଇଛି
Sign in
Sign in
Recover your password.
A password will be e-mailed to you.