ଭୁବନେଶ୍ୱର, ଫେବୃଆରୀ ୧୪ : ବିଜିନେସ୍ ମ୍ୟାନେଜମେଂଟ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଚାକିରୀ ପଛରେ ନ ଧାଇଁ ଉଦ୍ୟୋଗୀ ହେବାର ଲକ୍ଷ୍ୟ ରଖନ୍ତୁ ବୋଲି ଜଣେ ସଫଳ ଉଦ୍ୟୋଗୀ ଶୁକ୍ରବାର କହିଛନ୍ତି ।
ଯଦିଓ ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି ତଥାପି ବିଜିନେସ୍ ସ୍କୁଲର ଛାତ୍ରଛାତ୍ରୀମାନେ ବ୍ୟବସାୟ ପ୍ରତି ଅଧିକା ଆଗ୍ରହୀ ହେବା ଉଚିତ୍ । ଭବିଷ୍ୟତ ଗଢ଼ିବା ପାଇଁ ଅନେକ ସୁଯୋଗ ଅପେକ୍ଷା କରିଛି ବୋଲି କହିଛନ୍ତି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇ)ର ଉପସଭାପତି ଶ୍ରୀ ମୁରଲୀ ଜାମୁଲା । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍)ର ଦୁଇ ଦିନିଆ ବାର୍ଷିକ ଉତ୍ସବ ‘କନଭର୍ଜେନ୍ସ-୨୦୨୫’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କହିଛନ୍ତି ଶ୍ରୀ ଜାମୁଲା ।
ଛାତ୍ରଛାତ୍ରୀମାନେ କେବଳ ପରୀକ୍ଷାରେ ଉତମ ମାର୍କ ପାଇବାକୁ ଲକ୍ଷ୍ୟ ନ ରଖି ଜ୍ଞାନ ଆହରଣ କରିବା ପାଇଁ ଶିକ୍ଷା ଗ୍ରହଣ କରିବା ଉଚିତ୍ । ଶିକ୍ଷା ଆମ ଭାଗ୍ୟ ନିର୍ଦ୍ଧାରଣ କରି ନଥାଏ । ବରଂ ଛାତ୍ରଛାତ୍ରୀମାନେ ଏହାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ନିଜ ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିବା ଦରକାର ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ ।
ପ୍ରଫେସର ପ୍ରଧାନ କହିଥିଲେ ଆଇବିସିଏସ୍ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ଖ୍ୟାତି ଅର୍ଜନ କରିଛନ୍ତି । ବର୍ତମାନର ଛାତ୍ରଛାତ୍ରୀ ସେମାନଙ୍କର ଅନୁକରଣ କରିବା ଉଚିତ୍ ବୋଲି ସେ କହିଥିଲେ ।
ପ୍ରଫେସର ମହାନ୍ତି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବିଚାର ଏବଂ ଚିନ୍ତାଧାରାର ଆଦାନପ୍ରଦାନ ହୋଇପାରିବ ।
କାର୍ଯ୍ୟକ୍ରମର ସଂଚାଳକ ଡକ୍ଟର ରାମକୃଷ୍ଣ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଂଚାଳିକା ଡକ୍ଟର ପ୍ରୀତି ୱାଇ ଷଢ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.