ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀ ଜୀବନାନନ୍ଦ ଜେନା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି ଅବସରରେ ସହରର ଜନସାଧାରଣ ତାଙ୍କୁ ସ୍ଵାଗତ ଶୁଭେଛା ଜଣାଇଛନ୍ତି।
ଶ୍ରୀ ଜେନା ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ବଡ଼ଗଡ଼ ଥାନାରେ ସବ୍ଇନିକ୍ସ ପେକ୍ଟର୍ ଭାବେ ଅଢ଼େଇ ବର୍ଷ ରହିବା ପରେ ଆଇ.ଆଇ.ସି ରୂପେ ପଦୋନ୍ନତି ପାଇ ସେଠାରେ ୨ବର୍ଷ କାର୍ଯ୍ୟ କରିବା ପରେ ସେଠାରୁ ଜି. ଉଦୟଗିରି,ଫୁଲବାଣୀ ଟାଉନ ଥାନା,ପୁରୀ,ପାରାଦୀପ ଥାନା ଏବଂ କଟକ କ୍ରାଇମବ୍ରାଞ୍ଚରେ ୨ବର୍ଷ କାର୍ଯ୍ୟ କରିବା ପରେ ଆଜି ଭଞ୍ଜନଗର ଥାନାରେ ଅଇ.ଆଇ.ସି ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଏଠାରେ ଆଇ.ଆଇ.ସି ଥିବା କୁମର ମୁଦୁଲି ଙ୍କର ରମ୍ଭା ଥାନାକୁ ବଦଳି ହୋଇଯାଇଛି। ଆଜି ଭଞ୍ଜନଗର ଥାନାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ’ଙ୍କ ସମେତ ସମସ୍ତ ପୋଲିସ୍ କର୍ମଚାରୀଙ୍କ ଉପସ୍ଥିତିରେ ପୂର୍ବତନ ଆଇ.ଆଇ.ସି କୁମର ମୁଦୁଲିଙ୍କୁ ବିଦାୟ କାଳୀନ ଓ ନୂତନ ଆଇ.ଆଇ.ସି ଜୀବନାନନ୍ଦ ଜେନାଙ୍କ ସମେତ ନୂତନ ଭାବେ ଯୋଗ ଦେଇଥିବା ସବଇନ୍ସପେକ୍ଟର ସମୀର କୁମାର ସେଠୀ ଓ ସସ୍ମିତା ମଗରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭଞ୍ଜନଗର ଅଞ୍ଚଳରେ ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ୱ ଦେବା,ଅପରାଧ ନିୟନ୍ତ୍ରଣ କରିବା ସହ ପୋଲିସକୁ ଜନସାଧାରଣ ସହଯୋଗ କରିବା ଏବଂ କୌଣସି ଜରୁରୀ ସୂଚନା ନିମନ୍ତେ ୯୫୫୬୬୫୯୪୪୫ (9556659445)ଏବଂ ୭୩୨୬୮୦୭୫୮୮ (7326807588) ନମ୍ବରରେ ଯୋଗାଯୋଗ କରିବା ପାଇଁ ଆଇଆଇସି ଶ୍ରୀ ଜେନା ଜଣାଇଛନ୍ତି।