ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୨/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଆଜି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି । ଡ଼ାବୁଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ୨୦୧୬ ମସିହାରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇଥିବା ବେଳେ ଏହାରି ମାଧ୍ୟମ ରେ ସୂଚନା ପ୍ରଯୁକ୍ତିବିଦ୍ୟା ଓ ରିଟେଲ ଦୁଇ ଟି ବିଷୟରେ ଶିକ୍ଷା ଦାନ କରାଯାଉଛି। ପ୍ରଯୁକ୍ତିବିଦ୍ୟା ବିଷୟରରେ ଆଜି ପୂର୍ବାହ୍ନରେ ଇଣ୍ଡଷ୍ଟ୍ରି ଭିଜିଟ କରାଯାଇଥିଲା। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ର ନବମ ଓ ଦଶମ ଶ୍ରେଣୀ ର ୮୦ ଜଣ ଛାତ୍ରଛାତ୍ରୀ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର, ଡ଼ାବୁଗାଁ କୁ ଯାଇଥିଲେ। ଏଠାରେ ପିଲାମାନେ ଏକ୍ସରେ, ରକ୍ତ ପରୀକ୍ଷଣ, ରକ୍ତଚାପ ସର୍କରା, ଇ ସି ଜି, ଦାନ୍ତ ଚିକିତ୍ସା ଇତ୍ୟାଦି କାର୍ଯ୍ୟ ରେ ଥିବା ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟ ରେ ଥିବା ଡାକ୍ତର ଡା. ଶୁଭାଶିଷ ସାହୁ ଓ ସ୍ବାସ୍ଥ୍ୟକର୍ମୀ ଙ୍କ ସହିତ ବିଭିନ୍ନ ରୋଗ ଓ ତା ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କୁ ଆଇ ଟି ଶିକ୍ଷକ ଶେଖର ଚନ୍ଦ୍ର ସାହୁ , ହିନ୍ଦୀ ଶିକ୍ଷକ ରମାକାନ୍ତ ଲେଙ୍କା, ବିଜ୍ଞାନ ଶିକ୍ଷୟତ୍ରୀ ଇତିଶ୍ରୀ ବର୍ଷାରାଣୀ ରାଉତ ଓ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଡ଼ାବୁଗାଁ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ। ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ପରଠାରୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟ ସହ ଜଡ଼ିତ ନିର୍ଦ୍ଦିଷ୍ଟ ବୃତ୍ତି ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଏହା ଦ୍ୱାରା ପିଲାମାନଙ୍କର ଭବିଷ୍ୟତ ମଧ୍ୟ୍ୟ ଉଜ୍ୱଳ ରହିଅଛି।ନୂତନ ଶିକ୍ଷାନୀତି ପ୍ରଣୟନ ପରେ ବୈଷୟିକ ଓ ଧନ୍ଦାମୂଳକ ସୁବିଧା ସୁଯୋଗ ବୃଦ୍ଧି ପାଇଛି। ବିଶେଷ କରି ଆଦିବାସୀ ବହୁଳ ଡାବୁଗାଁ ଅଞ୍ଚଳ ର ଛାତ୍ରଛାତ୍ରୀ ଧନ୍ଦା ମୁଳକ ଶିକ୍ଷା ଆରମ୍ଭ ପରେ ବେଶ୍ ଉପକୃତ ହୋଇ ପାରିଥିବା ଜଣା ପଡ଼ିଛି।
Sign in
Sign in
Recover your password.
A password will be e-mailed to you.