ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିରେ ସମର୍ପଣ ଦିବସ ପାଳନ

0 1

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ମଙ୍ଗଳବାର ସନ୍ଧ୍ୟା ସାତ ଘଣ୍ଟା ତିରିଶ ମିନଟ୍ ସମୟରେ ବେଲଗୁଣ୍ଠା ଟାଉନହଲ ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ବିଜେପି ମଣ୍ଡଳ ସଭାପତି ସି.ଏଚ ଯତୀନ ପାତ୍ରଙ୍କ ନେତୃତ୍ୱରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ସମର୍ପଣ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ପଣ୍ଡିତ୍ ଦୀନଦୟାଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ବେଲଗୁଣ୍ଠା ବିଜେପି ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ଘୁମୁସର ଜିଲ୍ଲା ସଭାପତି ନୀଳମାଧଵ ପାତ୍ର ଯୋଗଦେଇ ପଣ୍ଡିତ୍ ଦୀନଦୟାଲଙ୍କ ମହାନତା, ଏକାତ୍ମ ମାନବ ଦର୍ଶନ ତତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଦେଇଥିଲେ I ସେହିପରି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଏନ୍ଏସି ସାଂସଦ ପ୍ରତିନିଧି ସନ୍ତୋଷ ତିଆଡ଼ି, ବିଜେପି ଘୁମୁସର ଜିଲ୍ଳା କୃଷକ ମୋର୍ଚ୍ଚା ସମ୍ପାଦକ ମାନସ ଭାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ରାଉତ, ବରିଷ୍ଠ ବିଜେପି ନେତା ରବୀନ୍ଦ୍ର ନାଥ ଚୌଧୂରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ୍ ଦୀନ୍ ଦୟାଲ ଜଣେ ରାଷ୍ଟ୍ର ନାୟକ ଥିଲେ ବୋଲି ପ୍ରକାଶ କରିଥିଲେ I ଏଥିରେ ବେଲଗୁଣ୍ଠାର ବିଭିନ୍ନ ସାହିର ମହିଳା ଗୋଷ୍ଠୀ ସଦସ୍ୟାଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ବିଜେପି ନେତା ତପନ ମହାପାତ୍ର, ଯୁବ ନେତା ବାଳକୃଷ୍ଣ ପାତ୍ର, କାଳିଆ ଚୌଧୂରୀ, ଦିଲ୍ଲୀପ୍ ସାହୁ ରବୀନ୍ଦ୍ର ଡାକୁଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ I

Leave A Reply

Your email address will not be published.