ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମନଗଡ଼ରେ ବାର୍ଷିକ ଉତ୍ସବ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନାମନଗଡର ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷାକ ଶ୍ରୀ ହରିହର ଦାସଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବାବାଜୀ ପ୍ରଧାନ (ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ) ଯୋଗ ଦେଇ ଥିବା ବେଳେ ଶ୍ରୀମତୀ ପୁଷ୍ପାଞ୍ଜଳି ଭୂୟାଁ (ସରପଞ୍ଚ ନାମନଗଡ଼) , ଶ୍ରୀମତୀ ବିରାଜିନୀ ପାଇକ (କମିଟି ଅଧ୍ଯକ୍ଷା) , ଓ ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା (ଆଞ୍ଚଳିକ ସଂଯୋଜକ , ନାମନଗଡ଼) ଅତିଥି ରୂପେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ପିଲାମାନଙ୍କୁ ଶିକ୍ଷା ଦକ୍ଷତା ଓ ପାରଦର୍ଶିତାରେ ଅନୁଗାମୀ ହୋଇ ଅଗ୍ରସର ହେବାକୁ କହିଥିଲେ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।
ଶେଷରେ ଛାତ୍ରଛାତ୍ରୀ ମାନେ ନୃତ୍ୟ , ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟର ସମସ୍ତ କର୍ମୀ , ସ୍ଥାନୀୟ ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ବାର୍ଷିକ ଉତ୍ସବଟି ଆଡମ୍ବର ସହ ପାଳନ କରାଯାଇଥିଲା।

Leave A Reply

Your email address will not be published.