ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ପେଣ୍ଠ ସାହି ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କ ବ୍ରହ୍ମୋତ୍ସବ ଏବଂ ଜଗଜ୍ଜନନୀ ମାଆ ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ୱିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ବ୍ରହ୍ମୋତ୍ସବର କର୍ତ୍ତା ଭାବେ ବରିଷ୍ଠ ଶିକ୍ଷକ ସୁବ୍ରତ କୁମାର ପାତ୍ର ଏବଂ ତାଙ୍କ ସହଧର୍ମିଣୀ ସୁଧିରା ଦାଶ ଯୋଗ ଦେଇଥିବା ବେଳେ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠାର ଦ୍ୱିତୀୟ ବାର୍ଷିକ ଉତ୍ସବରେ ଚଢିଆପଲ୍ଲୀ ଗ୍ରାମ ନିବାସୀ ମୀନକେତନ ମହାପାତ୍ର ଏବଂ ତାଙ୍କ ସହଧର୍ମିଣୀ ସ୍ବର୍ଣ୍ଣଲତା ମହାପାତ୍ର କର୍ତ୍ତା ରୂପେ ଯୋଗ ଦେଇଥିଲେ I ବ୍ରହ୍ମୋତ୍ସବ ଅବସରରେ ରୀତିନୀତି ମୁତାବକ ସୂର୍ଯ୍ୟପୂଜା,ମଦନମୋହନ ବିଜେ, ଯଜ୍ଞ,ମଦନମୋହନଙ୍କ ନଗର ପରିକ୍ରମା,ମହା ଧ୍ୱଜା ବନ୍ଧନ, ଜଗନ୍ନାଥଙ୍କ ୧୦୦୮ ଆଳତୀ ଏବଂ ବ୍ରାହ୍ମଣ ଭୋଜନ ଅନୁଷ୍ଠିତ ହୋଇଥିଲା I ସେହିପରି ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠାର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ମଧ୍ୟ ସୂର୍ଯ୍ୟପୂଜା,ମହାଲକ୍ଷ୍ମୀଙ୍କ ଯଜ୍ଞ ସ୍ଥଳକୁ ବିଜେ,ଯଜ୍ଞ,ମହା ଲକ୍ଷ୍ମୀଙ୍କ ନଗର ପରିକ୍ରମା, ମହା ଧ୍ୱଜା ବନ୍ଧନ,ଆଳତି ଏବଂ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଉତ୍ସବ ଦେଖିବା ସହିତ ପ୍ରସାଦ ସେବନ କରିବା ପାଇଁ ପେଣ୍ଠ ସାହିରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା I କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଘରୋଇ ଓଡ଼ିଆ ଚ୍ୟାନେଲ ଜଗନ୍ନାଥ ଟିଭି ଏବଂ ସିଦ୍ଧାର୍ଥ ଟିଭିର ବିଶିଷ୍ଟ ପ୍ରବଚକ ପଣ୍ଡିତ ଶ୍ରୀ ଭଜରାମ ଶତପଥି I ଏକ ବର୍ଣ୍ଣାଢ଼୍ୟ ପରିବେଶ ପରିବେଶ ମଧ୍ୟରେ ପଞ୍ଚଦିନ ବ୍ୟାପୀ ପ୍ରତ୍ୟହ ସନ୍ଧ୍ୟାରେ ପଣ୍ଡିତ ଶ୍ରୀ ଶତପଥି ପ୍ରବଚନ ଦେଇଥିବା ବେଳେ ଶହଶହ ମହିଳା ଏବଂ ପୁରୁଷ ଶ୍ରୋତା ତାଙ୍କ ପ୍ରବଚନ ଶୁଣିଥିଲେ I କାର୍ଯ୍ୟକ୍ରମରେ ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା, ରାମକୃଷ୍ଣ ପତି, ଦୁର୍ଗାପ୍ରସାଦ ପତି ଏବଂ ରାଧାକାନ୍ତ ପତି ପୌରୋହିତ୍ୟ କରିଥିବା ବେଳେ ମନ୍ଦିର ପୁରୋହିତ ପଣ୍ଡିତ ଉପେନ୍ଦ୍ର ନାଥ ପତି, ବ୍ରଜେନ୍ଦ୍ର ନାଥ ପତି, ଗୌରୀ ଶଙ୍କର ପତି, ହାଡ଼ୁବନ୍ଧୁ ପତି ଏବଂ ସୁଧୀର କୁମାର ପତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.