ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ କ୍ଷେତ୍ରରେ ନିପୁଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ଗାଙ୍ଗପୁର କ୍ଲଷ୍ଟର୍ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି କ୍ଲଷ୍ଟର୍ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ ଯୋଗଦେଇ ନିପୁଣ ମେଳାକୁ ପରିଦର୍ଶନ କରିଥିଲେ I ବିଚାରକ ରୂପେ ଶିକ୍ଷକ ସତ୍ୟନାରାୟଣ ପ୍ରଧାନ,ସନିତ୍ କୁମାର ଜେନା,ଶିଶିର କୁମାର ସ୍ୱାଇଁ, ସୁନେଲି ସ୍ୱାଇଁ ଏବଂ ସାନୁଜା ନାୟକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ସମ୍ପର୍କିତ ନିପୁଣ ସାମଗ୍ରୀ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ I ଶିକ୍ଷକ ଆକୁଳ ସାହୁ ମଞ୍ଚ ପରିଚାଳନା କରିଥିଲେ I ଶିକ୍ଷକ ଶିବରାମ ମହାନ୍ତି, ପ୍ରକାଶ ଗୌଡ଼, ନାରାୟଣ ସାହୁ,ଝାପଲ ମାରାଣ୍ଡି, ଜଗନ୍ନାଥ ପାଇକ,ଦାଶରଥି ସେଠୀ, ଶିତଳ ପ୍ରସାଦ ଜେନା,ଶିକ୍ଷୟିତ୍ରୀ ସ୍ମିତା ନାୟକ, ପିଙ୍କି ଦଳାଇ, ଦୀପା ପ୍ରଧାନ, ଅଳକା ମହାପାତ୍ର,ଆରତୀ ପାତ୍ର, ସୁଚରିତା ଗୌଡ଼, ପୁଷ୍ପାଞ୍ଜଳି ପାଢୀ, ତୁଳସୀ ସ୍ୱାଇଁ, ସିପ୍ରାସିନ୍ଧୁ ସ୍ୱାଇଁ, କାଜଲ୍ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ I ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.