ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ,ତା ୧୦.୨.୨୦୨୫: ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ -୨୦୨୫( ଫେବୃଆରୀ ରାଉଣ୍ଡ) ର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର ପଣ୍ଡା,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରପୌଦୀ କହଁର,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଏବଂ ଡି ପି ଏମ, ଏନ୍ ଏଚ ଏମ ସୁଶାନ୍ତ ପ୍ରହରାଜ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ। ସି ଡି ଏମ ଓ ଡ ପଣ୍ଡା ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃମି ନାଶକ ଦିବସ ର ଉଦ୍ଦେଶ୍ୟ, ବଟିକା ସେବନ ର ଉପକାରିତା, କୃମିର ପ୍ରତିଷେଧକ ବ୍ୟବସ୍ଥା,ରକ୍ତହୀନତା ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ସମସ୍ତ ଅତିଥିଗଣ କୃମିନାଶକ ବଟିକା ସେବନ କଲେ କିଭଳି ନିଜେ ଶାରୀରିକ ଓ ମାନସିକ ଭାବେ ସକ୍ଷମ ରହିବା, ପାଠ ପଢା ରେ ଉନ୍ନତିକରିବା,ସଚେତନତା ସୃଷ୍ଟି , ପ୍ରଚାର ପ୍ରସାର ଉପରେ ବିଶେଷ କହିଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ଙ୍କୁ କୃମିନାଶକ ବଟିକା ଖାଇବାକୁ ଦେଇ ଦିବସ ର ଶୁଭାରମ୍ବ କରିଥିଲେ। କୃମିନାଶକ ସିରପ ବା ବଟିକା ଗୋଷ୍ଠୀ ସ୍ତରରେ ବ୍ୟାପକ ଭାବେ ସେବନ କରିବା ଦ୍ଵାରା କୃମି ର କୁପ୍ରଭାବ କୁ କମାଇବା ସହ ବ୍ୟକ୍ତି ର ସାମଗ୍ରିକ ବିକାଶରେ ସହାୟକ ହେବା ଏହି ଦିବସ ପାଳନର ଲକ୍ଷ୍ୟ।୧ ରୁ ୧୯ ବର୍ଷ ବୟସ୍କ ସମସ୍ତ ଶିଶୁ ,କିଶୋର,କିଶୋରୀ ଏବଂ ୨୦ ବର୍ଷ ରୁ ୨୪ ବର୍ଷ ବୟସ୍କ ( ଗର୍ଭବତୀ ବା ପ୍ରସୂତି ଅବସ୍ଥା ରେ ନ ଥିବା ) ସମସ୍ତ ମହିଳାଙ୍କୁ କୃମି ନାଶକ ଔଷଧ ସେବନ କରିବାକୁ ଦିଆଯିବ।ନବରଙ୍ଗପୁର ଜିଲ୍ଲାରେ ୫ ବର୍ଷ ରୁ କମ୍ ପ୍ରାୟ ୧,୧୯,୨୩୧ ଜଣ ଶିଶୁଙ୍କୁ କୃମି ନାଶକ ସିରପ ଦିଆଯିବ।୬ ବର୍ଷରୁ ୧୯ ବର୍ଷ ବୟସ୍କ ୩,୦୧,୩୨୩ ଜଣ ଶିଶୁ/ କିଶୋର କିଶୋରୀ ଙ୍କୁ କୃମି ନାଶକ ବଟିକା ଦିଆଯିବ। ୨୦ ବର୍ଷରୁ ୨୪ ବର୍ଷ ବୟସ୍କ ( ଗର୍ଭବତୀ ବା ପ୍ରସୂତି ଅବସ୍ଥା ରେ ନ ଥିବା) ପ୍ରାୟ ୩୪,୫୦୦ ଜଣ ମହିଳାଙ୍କୁ କୃମି ନାଶକ ଔଷଧ ସେବନ କରିବାକୁ ଦିଆଯିବ।ଆଜି ଦିବସରେ କୃମି ନାଶକ ଔଷଧ ସେବନ କରି ନ ଥିବା ଅବଶିଷ୍ଟ ଶିଶୁ, କିଶୋର କିଶୋରୀ ଏବଂ ୨୦ ରୁ ୨୪ ବର୍ଷ ବୟସ୍କ ପ୍ରଜନନ କ୍ଷମ ମହିଳାମାନଙ୍କୁ ଆସନ୍ତା ୧୭.୨.୨୦୨୫ ରେ କୃମିନାଶକ ଔଷଧ ସେବନ କରିବାକୁ ଦିଆଯିବ।ଏହି କୃମି ନାଶକ ବଟିକା/ ସିରପର ସେବନ ଜିଲ୍ଲା ର ସମସ୍ତ ବ୍ଲକ୍ ଓ ସହରାଞ୍ଚଳରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର,ସରକାରୀ/ ବେସରକାରୀ ବିଦ୍ୟାଳୟ ମାନଙ୍କରେ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ପ୍ରଶିକ୍ଷିତ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିଶ୍ଚିତ କରାଯିବ। ବୈଠକ ରେ ଆର୍ ସି ଡି ସ୍କୁଲର ଛାତ୍ର ଛାତ୍ରୀ ଙ୍କ ସମେତ ଏ ଡି ପି ଏ ଚ ସି ଓ ରାମହରି ପଣ୍ଡା,ସ୍ବାସ୍ଥ୍ୟ ବିଭାଗ ର କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି,ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.