ଉତ୍କଳ ପବ୍ଲିକ ସ୍କୁଲର ତ୍ରୟୋଦଶ ବାର୍ଷିକୋତ୍ସବ ପାଳିତ

0

ଖଇରା, (ବୁଲୁ ଲେଙ୍କା)– ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଗୁଳିହା ସ୍ଥିତ ଉତ୍କଳ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସୁଦର୍ଶନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ପ୍ରଶାନ୍ତ କୁମାର ବେହେରା, ମୁଖ୍ୟ ଅତିଥି ଶ୍ୟାମସୁନ୍ଦର ବିନ୍ଧାଣୀ (ଅବସର ପ୍ରାପ୍ତ ପୋଲିସ ଅଫିସର ), ସମ୍ମାନିତ ଅତିଥି ଭାବେ ଶିଶିର କୁମାର ସାମଲ(ସମାଜସେବୀ ), ଭୀଷ୍ମ ଚରଣ ନାୟକ, ମନରଞ୍ଜନ ଶୁକ୍ଳା ଗଙ୍ଗାଧର ବେହେରା, ଟୀକନ ସାହୁ, ଗୀତାଞ୍ଜଳି ପ୍ରଧାନ ଓ ସାମ୍ବାଦିକ ଆଲୋକମୟ ପଣ୍ଡା ଯୋଗଦେଇ ବିଦ୍ୟାଳୟ ପଢୁଥିବା ପିଲାମାନଙ୍କ ଉଦ୍ଦେଶ୍ୟରେ ବହୁ ଶିକ୍ଷଣୀୟ ପରାମର୍ଶ ଦେଇଥିଲେ । ଉକ୍ତ ଉତ୍ସବରେ ଗଙ୍ଗାଧର ସିଅ ବିଦ୍ୟାଳୟର ସଭାପତି ବାର୍ଷିକ ବିବରଣୀ ପାଠ କରିଥିଲେ । ଶତାଧିକ ଅଭିଭାବକ ଏକତ୍ରିତ ହୋଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଛାତ୍ରୀଛାତ୍ର ମାନଙ୍କୁ ମାନପତ୍ର ଏବଂ ପଦକ ପ୍ରଦାନ କରାଯାଇଥିଲା । ପିଲାମାନଙ୍କ ଦ୍ବାରା ନୃତ୍ୟଗୀତ ପରିବେଷଣ ହୋଇଥିଲା ।।

Leave A Reply

Your email address will not be published.