ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫେବୃୟାରୀ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ ର ଶିଳ୍ପାରମାମ ଠାରେ ଅନୁଷ୍ଠିତ “ଓଡ଼ିଶା ଖାଦ୍ୟ ଓ ହସ୍ତଶିଳ୍ପ ମେଳା” ରେ ଓଡିଶୀ ସଂଗୀତ ର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଙ୍ଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ହାଇଦ୍ରାବାଦ ଠାରେ ଥିବା ଓଡ଼ିଆ ଆସୋସିଏସନ ଏହାକୁ ଆୟୋଜନ କରିଥିବା ବେଳେ ଦୁଇ ଦିନ ଧରି ଗୁରୁ ଶ୍ରୀ ପାତ୍ର ଓଡ଼ିଆ ଭଜନ ଓ ଆଧୁନିକ କଣ୍ଠ ସଂଗୀତ ପରିବେଷଣ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ପାରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ପୂର୍ବତନ ସ୍ୱତନ୍ତ୍ର ସଚିବ ଶ୍ରୀ ବି.ଆର୍.ଆଚାର୍ଯ୍ୟ (IAS) , ସସ୍ମିତା ମିଶ୍ର , ଶକ୍ତିଧର ଖଡଙ୍ଗା , ଅର୍ଚ୍ଚନା ମିଶ୍ର , ଅଂଜନ କୁମାର ପାତ୍ର , ଶିଲା ସାହୁ ପ୍ରମୁଖ ପରିଚାଳନା କରିଥିଲେ।
ଉକ କାର୍ଯ୍ୟକ୍ରମ ରେ ହାଇଦ୍ରାବାଦ ଠାରେ ଥବା ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଓଡ଼ିଆ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.