ବାଣପୁର:(ସେକ କୌସର):ବାଣପୁର ବ୍ଲକ ନୀଳାଦ୍ରି ପଞ୍ଚାୟତରେ ଅବସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ନୀଳାଦ୍ରିସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସ୍କୁଲର ପ୍ରତିଷ୍ଠାତା ତଥା ପରିଚାଳକ ପ୍ରଭାତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଷ୍ମୀଧର ସୁବୁଦ୍ଧି ଏବଂ ମୁଖ୍ୟ ବକ୍ତା ଭାବେ ବାଣପୁର କଲେଜ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଡଃ. ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ଯୋଗ ଦେଇଥିଲେ l ସଭାପତି ଶ୍ରୀଯୁକ୍ତ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଆଦିବାସୀ ଅଧୁଷିତ ଅଞ୍ଚଳ ଭାବେ ଜଣାଶୁଣା ଉକ୍ତ ପଞ୍ଚାୟତରେ ଛୋଟ ଛୋଟ ପିଲା ମାନଙ୍କୁ ଉନ୍ନତ ଶିକ୍ଷା ଦେବାକୁ ପ୍ରୟାସ କରିଥିବାରୁ ଅତିଥିମାନେ ପରିଚାଳକ ଶ୍ରୀଯୁକ୍ତ ନାୟକ ଙ୍କୁ ଧନ୍ୟବାଦ ଦେବା ସହ ପ୍ରଂଶସା କରିଥିଲେ l ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନଙ୍କର ଉପଯୁକ୍ତ ଯତ୍ନ ନେଲେ ଏହି ଉପାନ୍ତ ଅଞ୍ଚଳରୁ ଉନ୍ନତ ମଣିଷ ହୋଇ ଅଞ୍ଚଳରେ ପ୍ରଂଶସା ପାଇବେ ବୋଲି ଡ଼ା ବର୍ମା ସମ୍ଭାଷଣରେ କହିଥିଲେ l ଅଭିଭାବକ ମାନେ ଅନୁଷ୍ଠାନକୁ ଆଗକୁ ନେବାକୁ ହାତ ବଢ଼ାଇବାକୁ ସଭାପତି ଶ୍ରୀଯୁକ୍ତ ନାୟକ ଅନୁରୋଧ କରିବା ସହ ଉନ୍ନତ ଶିକ୍ଷା ପ୍ରଦାନ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post