ଦୁଇ ବର୍ଷ ହେଲା ଖାଲି ପଡିଛି ଡାବୁଗାଁ ଅତିରିକ୍ତ ତହସିଲଦାର ଙ୍କ ପଦବୀ, ପୂରଣ ହେବ କେବେ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୭/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟ ରେ ଦୁଇ ବର୍ଷ ହେଲା ଅତିରିକ୍ତ ତହସିଲଦାର ଙ୍କ ପଦ ଖାଲି ପଡିଛି। ଯୋ ଦ୍ଵାରା ସାଧାରଣରେ ଲୋକେ ହୋଇରାଣ ହେଉଛନ୍ତି। ଡାବୁଗାଁ ତହସିଲ କାର୍ଯ୍ୟାଳୟ ଅଧୀନରେ ୪ ଗୋଟି ରାଜସ୍ବ ବିଭାଗ କାର୍ଯ୍ୟ କରୁଅଛି। ଘୋଡାଖୁଣ୍ଟା , ଜୁନାପାଣି, ମେଦନା ଓ ଡାବୁଗାଁ ୪ ଟି ଆର ଆଇ ସର୍କେଲ ରହିଥିବା ବେଳେ ପ୍ରତିଦିନ ଡାବୁଗାଁ ତହସିଲ କୁ ଜନ୍ମ ମୃତ୍ୟୁ ପ୍ରମାଣ ପାତ୍ର,ପଟ୍ଟା ପାଇବା, ଜମି ଜମା କାଗଜ ପାତ୍ର ର ସଂଶୋଧନ,ଓ ଶପଥ ପାଠ ପରି କାର୍ଯ୍ୟ ପାଇଁ ଲୋକେ ଆସିଥାନ୍ତି। ଡାବୁଗାଁ ରେ ବର୍ତ୍ତମାନ ଜଣେ ତହସିଲଦାର ନିଯୁକ୍ତ ହୋଇଥିଲେ ସୁଦ୍ଧା ବିଭିନ୍ନ ସମୟରେ କାର୍ଯ୍ୟ ବ୍ୟେସ୍ତତା ଯୋଗୁ ଅନୁପସ୍ଥିତ ରୁହନ୍ତି। ସରକାରୀ କାର୍ଯ୍ୟକ୍ରମ ପାଇଁ ନବରଙ୍ଗପୁର ଗସ୍ତ , ବିଭିନ୍ନ ଆର ଆଇ ସର୍କେଲ୍ ର କ୍ଷେତ୍ର ପରିଦର୍ଶନ ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ତହସିଲଦାର ଅନୁପସ୍ଥିତ ରହୁଛନ୍ତି। ତେବେ ଏ କ୍ଷେତ୍ରରେ ଜଣେ ଅତିରିକ୍ତ ତହସିଲଦାର ନିଯୁକ୍ତ ହୋଇଥିଲେ ତହସିଲଦାର ଙ୍କ କାର୍ଯ୍ୟରେ ଅତିରିକ୍ତ ଚାପ ରହି ନ ଥାନ୍ତା। କିନ୍ତୁ ଦୀର୍ଘ ଦୁଇ ବର୍ଷ ହେଲା ଡାବୁଗାଁ ରେ ଅତିରିକ୍ତ ତହସିଲଦାର ଙ୍କ ପଦ ଖାଲି ପଡି ଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ବର୍ଷ ତଳେ ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ସତିଶ ଚନ୍ଦ୍ର ବଇନି କାର୍ଯ୍ୟ କରୁଥିବା ବେଳେ ତାଙ୍କ ବଦଳି ପରେ ଉକ୍ତ ପଦବୀ ଖାଲି ପଡ଼ିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଶୀଘ୍ର ଡାବୁଗାଁ ତହସିଲ ରେ ଏକ ଅତିରିକ୍ତ ତହସିଲଦାର ପଦବୀ ନିଯୁକ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି।

Leave A Reply

Your email address will not be published.