ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୭/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୁଟିଆଗୁଡା ନିକଟରେ ବାଇକ ରୁ ଖସି ପଡି ଜଣେ ବ୍ରହ୍ମ କୁମାରୀ ଙ୍କ ମୃତ୍ୟୁ ଘଟିଛି । ମୃତ ବ୍ରହ୍ମ କୁମାରୀ ଝରିଗାଁ ସଦର ସ୍ବରାଜ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣି ଧଳ (୫୦) ବୋଲି ଜଣା ପଡିଛି। ଏ ନେଇ ଆଜି ସ୍ବରାଜ ବିଦ୍ୟା ପୀଠର ବ୍ରହ୍ମ କୁମାର ଅଲେଖ ପ୍ରସାଦ ନାୟକ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାଇ ଝରିଗାଁ ବ୍ଲକ ସଦର ସ୍ବରାଜ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ବ୍ରହ୍ମ କୁମାରୀ ସନ୍ଧ୍ୟାରାଣୀ ଧଳ (୫୦) ଗୁରୁବାର ସକାଳେ କୌଣସି କାର୍ଯ୍ୟରେ ଝରିଗାଁର ଯୁବକ ସନ୍ତୋଷ କୁମାର ତ୍ରିପାଠୀ ଙ୍କ ସହ ଏକ ବାଇକ ନଂ (ଓଡି ୨୪ ଇ ୩୩୮୪ )ଯୋଗେ ନବରଙ୍ଗପୁର ଯାଇଥିଲେ। ସେଠାରେ କାର୍ଯ୍ୟସାରି ଅପରାହ୍ନରେ ନବରଙ୍ଗପୁର ରୁ ନିଜ ଘର ଝରିଗାଁ ଫେରୁଥିଲେ। ତେବେ ଡାବୁଗାଁ ଝରିଗାଁ ରାସ୍ତାର ବୁଟିଆଗୁଡା ଗ୍ରାମ ନିକଟରେ ଏକ ହମ୍ପ୍ସରେ ବାଇକ୍ ଭାରସାମ୍ୟ ହରାଇ ବାରୁ ବାଇକ୍ ପଛରେ ବସିଥିବା ବ୍ରହ୍ମ କୁମାରୀ ସଂଧ୍ୟାରାଣି ଧଳ ଛିଟିକି ପଡି ଯାଇଥିଲେ | ତଳେ ପଡ଼ିବା ପରେ ତାଙ୍କର ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା | ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଅବସ୍ଥା ଗୁରୁତ୍ତର ହେବାରୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମକୁମାରୀ ସନ୍ଧ୍ୟାରାଣୀ ଧଳ ଙ୍କ ଗୁରୁବାର ରାତ୍ରିରେ ମୃତ୍ୟୁ ଘଟି ଥିଲା | ଏନେଇ ଆଜି ପୂର୍ବାହ୍ନରେ ଝରିଗାଁ ସ୍ବରାଜ ବିଦ୍ୟାପୀଠର ବ୍ରହ୍ମ କୁମାର ଅଲେଖ ପ୍ରସାଦ ନାୟକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୮/୨୫ ରେ ଏକ ମାମଲା ରୁଜୁ କରାଯାଇଥିଲା | ପରେ ପୁଲିସ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ପହଞ୍ଚି ବ୍ରହ୍ମକୁମାରୀ ସନ୍ଧ୍ୟାରାଣୀ ଧଳଙ୍କ ମୃତ ଦେହ ଜବତ ପରେ ବ୍ୟବଚ୍ଛେଦ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଝରିଗାଁ ସ୍ବରାଜ ବିଦ୍ୟାପୀଠ କର୍ମକର୍ତ୍ତା ଙ୍କୁ ଶବ ହସ୍ତାନ୍ତର କରିଥିଲେ | ଡାବୁଗାଁ ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଘଟଣାର ତଦନ୍ତ କରୁଛନ୍ତି | ସୂଚନା ଥାଉ କି ଝରିଗାଁ ସ୍ବରାଜ ବିଦ୍ୟାପୀଠ ର ପ୍ରତିଷ୍ଠାତା ତଥା ପ୍ରଧାନ ଶିକ୍ଷୟତ୍ରୀ ବ୍ରହ୍ମ କୁମାରୀ ସନ୍ଧ୍ୟାରାଣୀ ଧଳ ୧୯୯୬ ମସିହାରେ ଝରିଗାଁ ରେ ବିଦ୍ୟାପୀଠ ଆରମ୍ଭ କରିଥିବା ବେଳେ ୨୦୦୧ ମସିହାରେ ଏହି ବିଦ୍ୟାପୀଠ ସରକାରୀ ସ୍ଵୀକୃତି ଲାଭ କରିଥିଲା। ଜଣେ ଜଣାଶୁଣା ଶାନ୍ତ ସ୍ଵଭାବ, ମିଷ୍ଟ ଭାଷୀ ଭାବେ ବ୍ରହ୍ମ କୁମାରୀ ସନ୍ଧ୍ୟାରାଣି ଧଳ ଝରିଗାଁ ସହ ନବରଙ୍ଗପୁର ଜିଲ୍ଲା ରେ ନାମ ରହିଥିବା ବେଳେ ତାଙ୍କ ମୃତ୍ୟୁ ରେ ଅଞ୍ଚଳ ରେ ଗଭୀର ଶୋକ ଖେଳି ଯାଇଛି।
Sign in
Sign in
Recover your password.
A password will be e-mailed to you.