ଅସ୍ତରଙ୍ଗ – ଅସ୍ତରଙ୍ଗ ବ୍ଲକ ଅଧୀନ ଅସ୍ତରଙ୍ଗ ପଞ୍ଚାୟତ ମହନ୍ତ ସାହି ର ଯୁବକ ନାଗାର୍ଜୁନ ଦାସ ଙ୍କ ବାମପଟ କାନ ଦାନ୍ତରେ ଛିଣ୍ଡାଇ ଚୋବାଇ ଦେବା ଘଟଣା ଅସ୍ତରଙ୍ଗ ଅଞ୍ଚଳ ରେ ଚାଞ୍ଚଲ୍ୟ ଭଳି ଖେଳିଯାଇଛି । ସୂଚନା ମୁତାବକ ଜିଉଁନ୍ତି ନିକଟ ଜିଓଳ ଗ୍ରାମ ରେ ଏକ ଅଷ୍ଟମପ୍ରହରୀ କାର୍ଯ୍ୟକ୍ରମ ରେ ଯୁବକ ଜଣଙ୍କ ପ୍ରସାଦ ସେବନ କରିବା ପାଇଁ ଯାଇଥିଲେ ।, ରାତ୍ର ୧୧ ଘଟିକା ସମୟ ରେ ଫେରୁଥିବା ବେଳେ କେନ୍ଦ୍ରାପାଟି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ କିଛି ଯୁବକ ମାନଙ୍କ ଗୋଷ୍ଠୀ ଗଣ୍ଡଗୋଳ ଦେଖି ନାଗାର୍ଜୁନ ଅଟକି ଜାଇ ଛଡେଇବାକୁ ପ୍ରୟାସ କରିଥିଲେ ମାତ୍ର ଏହି ସମୟ ରେ ଉକ୍ତ ଗୋଷ୍ଠୀ ଙ୍କ ଭିତରୁ ଜଣେ ଦୁର୍ବୁର୍ତ୍ତ ନାଗାର୍ଜୁନ ଙ୍କ ବାମ ପଟ କାନ କୁ ଦାନ୍ତ ରେ ଜୋରେ କାମୁଡି ଧରିଥିଲେ । ଯୁବକ ଜଣଙ୍କ ଯେତେ ଚିତ୍କାର କରୁଥିଲେ ମଧ୍ୟ ସେହି ଦୁର୍ବୁର୍ତ୍ତ ଙ୍କ ପାଖରୁ ନିଜକୁ ରକ୍ଷା କରିପାରିନଥିଲେ । ପରିଶେଷରେ ଯୁବକ ଙ୍କ କାନ ରୁ ଖଣ୍ଡେ ଦୁର୍ବୁର୍ତ୍ତ ଜଣଙ୍କ ପାଟିରେ ପୁରାଇ ଚୋବାଇ ଫିଙ୍ଗି ଦେଇଥିବା ଯାହା ଲୋକଙ୍କ କଥୋପ କଥନ ରୁ ଜଣା ପଡିଛି । ଯୁବକ ଜଣଙ୍କ ଅସ୍ତରଙ୍ଗ ବ୍ଲକ ସରିପୁର ଆଦର୍ଶ ବିଦ୍ୟାଳୟ ରେ ପିଅନ ଭାବେ କାର୍ଯ୍ୟ କରନ୍ତି, ଘଟଣା ସ୍ଥଳରୁ କିଛି ଲୋକ ତାଙ୍କୁ ଉଦ୍ଧାର କରିବା ପରେ ପରିବାର ଲୋକ ଙ୍କ ସହାୟତା ରେ କଟକ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି ବୋଲି ଯାହା ସୂଚନା ରହିଛି । ପୁଅର ଏପରି ଅବସ୍ଥା ଦେଖି ନାଗାର୍ଜୁନ ର ମା ସଞ୍ଜୁ ଦାସ କାକଟପୁର ଥାନା ରେ ଲିଖିତ ଅଭିଯୋଗ କରିବା ପରେ,କାକଟପୁର ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ,ଏ ଏସ ଆଇ, ମନୋରଞ୍ଜନ ପରିଡା ଘଟଣାର ତଦନ୍ତ କରି କେନ୍ଦ୍ରାପାଟି ଗ୍ରାମ ପାତ୍ର ସାହିର ଅଂଶୁମାନ ପାତ୍ର ଙ୍କୁ ଅଟକ ରଖି ପଚରା ଉଚରା କରିବା ସହ,କାକଟପୁର ଥାନା କେସ ନମ୍ୱର୍୨୫/୨୫ ଏକ କେଶ ରୁଜକରି ଭାରତୀୟ ନ୍ୟାୟ ସଂହିତା ଧାରା ୧୧୫( ୨)୧୧୮(୨) ୧୨୬(୨)୩୫୧(୨) ମାମଲା ରୁ୍ଜୁ କରି
ଆସାମୀ ଅଂଶୁମାନ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ପ୍ରକାଶ କରି ଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post