ଜଗତ ବିଜୟ ମେମୋରିଆଲ କ୍ରିକେଟ ଟୁର୍ଣା ମେଣ୍ଟ।

0

ଫାଇନାଲ ଖେଳ ରେ ଜୟ ଜଗନ୍ନାଥ କ୍ଳବ୍,ବାସୁଦେବପୁର ଚମ୍ପିୟାନ। 

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ରାଜଘୋରପୋଖରୀ ପଞ୍ଚାୟତ ଅଧୀନ ବୀଣାଦଣ୍ଡା ଠାରେ ରେନବୋ ସ୍ପଟିଂ କ୍ଳବ୍ ପକ୍ଷ ରୁ ଆୟୋଜିତ ଜଗତ ବିଜୟ ମେମୋରିଆଲ କ୍ରିକେଟ ମ୍ୟାଚ୍ ର ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଶେଷ ତଥା ଅନ୍ତିମ ଖେଳ ଜୟ ଜଗନ୍ନାଥ କ୍ଳବ୍ ବାସୁଦେବପୁର ଓ ଦୋମିନେତର ଇଲେଭେନ୍ ଆନ୍ଦୁଳା ମଧ୍ୟ ରେ ଅନୁଷ୍ଠିତ ହୋଇ ଥିଲା। ମୁଖ୍ୟ ଅତିଥି ଭାବେ ସମାଜ ସେବୀ ରତିକାନ୍ତ ପ୍ରଧାନ ଓ ସରପଂଚ ଅରୁଣ କୁମାର ମହାନ୍ତି, ସମାଜସେବୀ ସୋମନାଥ ମହାପାତ୍ର ଯୋଗ ଦେଇ ଖେଳ ଟିକୁ ଶୁଭାରମ୍ଭ ସହ ଟ୍ରଫି ଉନ୍ମୋଚନ କରିଥିଲେ। ଟସ୍ ଜିତି ବୋଲିଂ ର ନିଷ୍ପତି ନେଇଥିଲା ଜୟ ଜଗନ୍ନାଥ କ୍ଳବ୍। ପ୍ରଥମେ ବ୍ୟାଟିଂ କରି ଦୋମିନେତର ଇଲେଭେନ ୧୪୯ ରନ ସଂଗ୍ରହ କରି ଥିବା ବେଳେ ୧୫୦ ରନ ର ବିଜୟ ଲକ୍ଷ୍ୟ ନେଇ ଜୟ ଜଗନ୍ନାଥ କ୍ଳବ୍ ମଧ୍ୟ ସେହି ୧୪୯ ରନ ସଂଗ୍ରହ କରି ଥିଲା। ମ୍ୟାଚ୍ ଟାଇ ହେବାରୁ ସୁପର ଓଭର ରେ ଜୟ ଜଗନ୍ନାଥ କ୍ଳବ୍ ବିଜୟୀ ହୋଇ ଥିଲା। ଏହି ଅବସର ରେ ଅତିଥି ଭାବେ ବିଜେପି ନେତା ମନୋଜ ନାୟକ ଓ ସ୍ଥାନୀୟ ସରପଂଚ ଅରୁଣ କୁମାର ମହାନ୍ତି ଉପସ୍ଥିତ ରହି ବିଜୟୀ ଦଳ କୁ ୨୫୦୦୦ ଟଙ୍କା ଓ ଟ୍ରଫି, ରନସ ଅଫ ଦଳ କୁ ୧୫୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ସିରିଜ୍ ଅମିତ୍ ନାୟକ ଓ ମ୍ୟାନ ଅଫ ଦି ମ୍ୟାଚ୍ କମଳା କାନ୍ତ ବିଶ୍ଵାଳ ଙ୍କୁ ଘୋଷଣା କରାଯାଇଛି।କ୍ଳବ୍ ପକ୍ଷ ରୁ ସଭାପତି ପ୍ରଦୀପ ମହାନ୍ତି ଓ ସମ୍ପାଦକ ସଞ୍ଜୀବ ମଲ୍ଲିକ ଓ ସହ ସମ୍ପାଦକ ମାନସ ନାୟକ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ବସନ୍ତ ନାୟକ, ଦୀନବନ୍ଧୁ ବେହେରା, ରାଜେଶ ସାହୁ, ଅକ୍ଷୟ ନାୟକ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଛନ୍ତି। ଖେଳ ଟିକୁ ଅମ୍ପାୟର ଭାବ ରେ ଆଲୋକ ସାହୁ ଓ ପ୍ରଦୀପ ମହାନ୍ତି ପରିଚାଳନା କରିଥିଲେ। ଖେଳ ର ଧାରା ବିବରଣୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରଦାନ କରିଥିଲେ। ହଜାର ହଜାର ଦର୍ଶକ ମାନଙ୍କ ବେଶ୍ ଉତ୍ସାହ ର ସହ ଖେଳ କୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.