ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଇଶକନ୍ଦା ରେ ଆବର୍ଜନା ର ସୁପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଚୁମକୀ ବିଶି ଶିଶୁମାନଙ୍କୁ ଜୀବଜଗତ ବଂଚିବା ପାଇଁ ମୌଳିକ ଉପାଦାନ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଯୋଗୁଁ ମୌଳିକ ଉପାଦାନ ଯଥା ମାଟି,ବାୟୁ ଓ ଜଳ ପ୍ରଦୂଷିତ ହୋଇଅଛି।ବ୍ୟବହୃତ ବସ୍ତୁ କୁ ଫିଙ୍ଗି ଦେଲେ ତାହା ଆବର୍ଜନା ହୋଇ ଯାଏ।ଏହି ଆବର୍ଜନା ମାଟି ରେ ମିଶି ନପାରି ମୌଳିକ ଉପାଦାନ କୁ ପ୍ରଦୂଷିତ କରିଥାଏ।ଏହି ଆବର୍ଜନା କୁ ପୁନଃଚକ୍ରଣ ପ୍ରକ୍ରିୟା ରେ ବ୍ୟବହାର କରି ଗୃହଉପକରଣ ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରିବ।ଶିଶୁମାନେ ଆବର୍ଜନା ରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥିଲେ।ଶେଷରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post