ବାଲୁଗାଁ:(ସେକ କୌସର):ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଗବପଦର ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାଙ୍କନିଧି ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ଶମ୍ଭୁମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ଚାରି ଦିନ ବ୍ୟାପି କାର୍ଯ୍ୟକ୍ରମରେ ମଙ୍ଗଳବାର ଅଙ୍କୁରାରୋପଣ ଓ ଅଧିବାସ କରାଯାଇଥିବା ବେଳେ ବୁଧବାର ଧ୍ୟାନଧିବାସ,ଜଳଯାତ୍ରା,ନାମ ସଂକୀର୍ତ୍ତନ କରାଯାଇଥିଲା।ଗୁରୁବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା,ଶାଲା ପୂଜା ପରେ ବିଗ୍ରହ ମାନଙ୍କ ମହାସ୍ନାନ ସହ ପ୍ରାଣପ୍ରତିଷ୍ଠା ହୋଇଥିଲା।ଶୁକ୍ରବାର ପୂର୍ବାହ୍ନରେ ବିଗ୍ରହ ମାନଙ୍କୁ ନଗରଭ୍ରମଣ କରି ସିଂହାସନ ଆରୋହଣ କରାଯାଇଥିଲା।ଅପରାହ୍ନରେ ଯଜ୍ଞ ପୂର୍ଣ୍ଣାହୁତି ଓ ଶମ୍ଭୁ ମିଳନ ଅନୁଷ୍ଠିତ ହୋଇଥିଲା।ଉକ୍ତ ଶମ୍ଭୁ ମିଳନରେ ବାଙ୍କନିଧି ଦେବଙ୍କ ନିମନ୍ତ୍ରଣ କ୍ରମେ ବଡ଼କୁଳ ରାମେଶ୍ୱର ଦେବ,ଗାଦିଶ୍ୱର ଦେବ,ପାଟଶାଣୀପୁର କଳିଯୁଗେଶ୍ୱର ଦେବ,ଚନ୍ଦ୍ରାପୁଟ ବାଳମୁକୁନ୍ଦ ଦେବ,ରଘୁନାଥ ପୁର ଗୁପ୍ତେଶ୍ଵର ଦେବ,ବିଧାରପୁର ଦଧିବାମନ ଦେବଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର ଟ୍ରଷ୍ଟି,କମିଟି ସଦସ୍ୟ ଏବଂ ଗବପଦର ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post