ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପଞ୍ଚବିଂଶତମ ବାର୍ଷିକ ଉତ୍ସବ ବିଶିଷ୍ଟ ସମାଜସେବୀ ଭି. ଦେବୀପ୍ରସାଦ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ଶ୍ରୀ ଲଷ୍ମୀନୃସିଂହ ତୋରଣ ନିକଟରୁ ବିଭିନ୍ନ ବାଦ୍ୟଯନ୍ତ୍ର ପଟୁଆର ମାଧ୍ୟମରେ ପାଛୋଟିନେଇ ବଡଦାଣ୍ଡ ସାଂସ୍କୃତିକ ମଣ୍ଡପ ନିକଟରେ ସ୍ୱାଗତ କରିଥିଲେ ଓ ବିଶିଷ୍ଟ ଅତିଥି ଭାବେ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା ପ୍ରମିଳା ପ୍ରଧାନ, ମୁଖ୍ୟବକ୍ତା ଭାବେ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନ ଏ ସି ଉପାଧ୍ୟକ୍ଷା ଟି. ବବିତା କୁମାରୀ, ବରିଷ୍ଟ ଆଇନଜୀବୀ ବିପିନ ବିହାରୀ ସାହୁ ଯୋଗ ଦେଇଥିଳେ, ଉପଦେଷ୍ଟା ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ଚୌଧୁରୀ ଓ ଶିକ୍ଷାବିତ ତଥା ବିଶିଷ୍ଟ କଳାପ୍ରେମୀ ନାରାୟଣ ସୁଆର ଯୋଗଦେଇଥିଲେ। ପ୍ରାରମ୍ଭରେ ବିଧାୟକ ଶ୍ରୀ ବିଷୋୟୀ ପ୍ରଦ୍ବୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ଓ କୁନିକୁନି ପିଲା ମାନଙ୍କ ଗୀତ ଓ ନାଚ ମାଧ୍ୟମରେ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷା ବାସନ୍ତି ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷାବିତ ତଥା ହାସ୍ୟକଳାକାର ଅଜିତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ନିଜ ମା ହେଉଛି ଶିଶୁର ପ୍ରଥମ ଗୁରୁ ବୋଲି ବିଧାୟକ ଶ୍ରୀ ବିଷୋୟୀ ଉଦବୋଧନ ଦେବା ସହିତ ମା ଶିକ୍ଷିତ ହେଇପାରିଲେ ହିଁ ଶିଶୁଟିର ଉଜ୍ୱଳ ଭବିଷ୍ୟତ ଗଢ଼ିପାରିବା ସହିତ ଗୋଟିଏ ଭଲ ସମାଜ ଓ ଦେଶର ବିକାଶ ହୋଇ ପାରିବ ବୋଲି କହିଥିଲେ l ଅତିଥି ମାନଙ୍କ ଦ୍ୱାରା ସହରର ବିଭିନ୍ନ ମାନ୍ୟଗଣ ବ୍ୟକ୍ତି ଓ ବେଲଗୁଣ୍ଠା ପ୍ରେସ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ବୁଲୁ ଦାଶ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁମା (ଅପା) ମାନେ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.