ଓଡ଼ଗାଁ, ୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତ ପ୍ରଥମ ଶ୍ରେଣୀ ତଥା ଦେୱାନୀ (କନିଷ୍ଠ)ବିଭାଗ ବିଚାରପତି ହରମୋହନ ଦାସ ଓଡ଼ଗାଁ ବ୍ଳକ ଶରଣକୁଳ ଥାନାର କାର୍ଯ୍ୟରତ ଜନୈକା ମହିଳା ଗୃହରକ୍ଷୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗର ଅଭିଯୁକ୍ତ ଶରଣକୁଳ ଛlମୁସlହିର ଗୋଲଖ ମହାପାତ୍ରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା, ଜରିମାନା ଏବଂ ଜରିମାନା ଅନାଦେୟ ଅତିରିକ୍ତ ୨ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ତଥ୍ୟ ଅନୁଯାୟୀ ୨୦୧୨ ମସିହା ଅଗଷ୍ଟ ମାସ ୨୪ ତାରିଖରେ ଶରଣକୁଳ ଥାନାର କାର୍ଯ୍ୟରତ ଜନୈକା ମହିଳା ଗୃହରକ୍ଷୀ ଶରଣକୁଳ ବଜାରରେ ଯାତାୟାତ ନିୟନ୍ତ୍ରଣ କରୁଥିବା ସମୟରେ ଶରଣକୁଳ ଛାମୁସାହିର ଗୋଲଖ ମହାପାତ୍ର ପିତା ଛାଟିଆ ମହାପାତ୍ର ଅସଦାଚରଣ କରିଥିବା ନେଇ ଶରଣକୁଳ ଥାନାରେ ୩୪୧,୩୨୩,୨୯୪,୫୦୬,୩୫୩,୩୫୪ ଦଫାରେ ୯୩/୧୨ ମାମଲା ରୁଜୁ ହୋଇଥିଲା।ମକୋଦ୍ଦମାକୁ ସରକାରୀ ଓକିଲ ଅମୂଲ୍ୟ ପ୍ରସାଦ ପ୍ରଧାନ ପରିଚାଳନା କରୁଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post