ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୭ତମ ବାର୍ଷିକ ଉତ୍ସବ

0

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ଛାତ୍ର ଜୀବନର ନୂତନ ଦିଗନ୍ତ ଉପରେ ବୁଝାଇଥିଲେ।
ମୁଖ୍ୟ ବକ୍ତା ଭାବେ ଡ଼. ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ, ଗଜପତି , ପିଲାମାନଙ୍କୁ ଅତି ସୁନ୍ଦର ଭାବରେ ଛାତ୍ର ଓ ଗୁରୁ ଙ୍କ ମଧ୍ୟରେ ସମନ୍ୱୟ ରଖିବା ସହିତ ପାଠ ପଢ଼ି ଆତ୍ମନିର୍ଭର କୌଶଳକୁ ଆପଣାଇବା ପାଇଁ ପ୍ରବର୍ତ୍ତାଇଥିଲେ।
ଏହି ପରିପ୍ରେକ୍ଷୀରେ ଉପ ଜିଲ୍ଲାପାଳ ତଥା ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା ଉପସ୍ଥିତ ରହି ବିଭିନ୍ନ ନୂତନ କୌଶଳ କୁ ଆପଣାଇ ନିଜ ମାଟିରେ ରହି ବିଭିନ୍ନ କାର୍ଯ୍ୟ କରିବାର ଉପାୟ ମାନ ଖୋଜିବା ପାଇଁ ସର୍ବଦା ଚେଷ୍ଟା କରିବା ଉଚିତ ବୋଲି କହିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ପିଲାମାନଙ୍କୁ ସେମାନଙ୍କ ର କର୍ତ୍ତବ୍ୟ ସମ୍ବନ୍ଧରେ ବୁଝାଇଥିଲେ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ଓଡ଼ିଆ ଅଧ୍ୟାପିକା ଡ଼ଃ. ନଳିନୀ କୁମାରୀ ସାବତ।
ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ସାଂସ୍କୃତିକ ସଂସଦର ସଂପାଦକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.