ଖପ୍ରାଖୋଲ ୬/୨(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପବିତ୍ର ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କର ଓଡିଶା ର ଉଚ୍ଚ ନ୍ୟାୟାଳୟ ର ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ଗୁରୁବାର ଅପରାହ୍ନ ରେ ଗସ୍ତ କରିଥିଲେ। ଏହି ଅବସରରେ ମନ୍ଦିର ପରିସର, ଝରଣା କୁଳ ବୁଲି ଦେଖିବା ସହିତ ମନ୍ଦିର ରେ ଠାକୁର ଦର୍ଶନ କରିଥିଲେ। ଗସ୍ତ ଅବସରରେ ବିଚାର ବିଭାଗ ର ଅଧିକାରୀ, ବିଚାରପତି, ପାଟଣାଗଡ଼ ଉପଖଣ୍ଡ ଥାନା ଅଧିକାରୀ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଅତିରିକ୍ତ ତହସିଲଦାର ସତ୍ୟ ପ୍ରକାଶ ରାଉତରାୟ, ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ହରିଶଙ୍କର ଫାଣ୍ଡି ଅଧିକାରୀ ସେବନ କେରକେଟା ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.