ବେଲଗୁଣ୍ଠା ବିଜେପି ତରଫରୁ ନୂତନ ଏନ୍ଏସି କାର୍ଯ୍ୟ ନୀର୍ବାହୀ ଅଧିକାରୀଙ୍କୁ ସ୍ୱାଗତ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟ ନିର୍ବାହି ଅଧିକାରୀ ଭାବେ ବନମାଳୀ ଶତପଥି ଯୋଗ ଦେବାପରେ ତାଙ୍କୁ ଆଜି ବେଲଗୁଣ୍ଠା ନଗର ବିଜେପି ତରଫରୁ ସ୍ୱାଗତ କରାଯାଇଛି I ଆଜି ବେଲଗୁଣ୍ଠା ନଗର ବିଜେପି ମଣ୍ଡଳ ସଭାପତି ଯତୀନ୍ ପାତ୍ରଙ୍କ ନେତୃତ୍ୱରେ ବେଲଗୁଣ୍ଠା ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିର ଫାଟକ ଠାରୁ ଏକ ଶୋଭାଯାତ୍ରା ବାହାରି ଏନ୍ଏସି କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ଶତପଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି I ଆଗାମୀ ଦିନରେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀଙ୍କ ସହଯୋଗରେ ବିଜେପି ତରଫରୁ ବେଲଗୁଣ୍ଠା ଉନ୍ନତି ଦିଗରେ ସବୁ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶୃ୍ତି ଦିଆଯାଇଥିବା ଯତୀନ୍ ପାତ୍ର ପ୍ରକାଶ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଲିଙ୍ଗରାଜ ପାତ୍ର,ଆଇନଜୀବୀ ରାଜା ବିନ୍ଧାଣୀରା, ରବୀନ୍ଦ୍ରନାଥ ଚୌଧୂରୀ, ବେଲଗୁଣ୍ଠା ବ୍ଳକ୍ ସାଂସଦ ପ୍ରତିନିଧି ରଞ୍ଜନ ରାଉତ, ସୂର୍ଯ୍ୟନାରାୟଣ ତ୍ରିପାଠି, ରାଙ୍ଗା ରେଡି, ବାଳକୃଷ୍ଣ ପାତ୍ର, କାଳିଆ ଚୌଧୂରୀ, ଅଞ୍ଜନ ପତି,କମଳା ପତି,କୁଞ୍ଜବିହାରୀ ସାହୁଙ୍କ ସମେତ ସଫେଇ କର୍ମଚାରୀ ସଂଘ ସଭାପତି ଙ୍କ ସହ ବହୁ ମହିଳା ଏବଂ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ I

Leave A Reply

Your email address will not be published.