ଅର୍ଡାରେ ନିପୁଣ ଓଡିଶା ମେଳା

0 1

 ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବଡବାଉଁଶେନ କ୍ଲଷ୍ଟରର ଅର୍ଡାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟ ସୁଦାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ବରିଷ୍ଠ ଶିକ୍ଷକ ଲକ୍ଷ୍ମୀନାରାୟଣ ରଣାଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଶୈଳେନ୍ଦ୍ର ନାରାୟଣ ମିଶ୍ର,,ସିଆରସିସି ସୀତାରାମ ଦୀପ,ରାଜେଶ୍ଵର ବେହେରା, ପ୍ରଭାସପାଣ୍ଡେ,ପ୍ରେମରାଜ ପଧାନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ମଞ୍ଚାସୀନ ଥିଲେ। କୁର୍କୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୀତଳ ସେଠ ,ଦିଵ୍ୟା ରଣା,ରସ୍ମିତା ସାହୁ ପ୍ରମୁଖ ଛାତ୍ରୀଗଣ ନିପୁଣ ଓଡିଶା ସଙ୍ଗୀତ ପରିବେଷଣ କରିଥିଲେ। ଶିକ୍ଷକ ପ୍ରେମରାଜ ପଧାନ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।ପରେ କ୍ଲଷ୍ଟରର ଦଶଟି ସ୍କୁଲର ଛାତ୍ରଛାତ୍ରୀ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କରେ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ସହ ସର୍ଜନାତ୍ମକ ଲିଖନ ପ୍ରଦର୍ଶନ କରିଥିଲେ।ଦଶଟି ବିଦ୍ୟାଳୟର ଏଗାର ଜଣ ଏଫ୍ ଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବଡବାଉଁଶେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରୋନାଵାଲା ମହାନ୍ତି ଶ୍ରେଷ୍ଠ ଏଫ୍ ଏଲ ଏନ୍ ଶିକ୍ଷୟିତ୍ରୀ ଭାବେ ଵ୍ଲକସ୍ତରକୁ ମନୋନୀତ ହୋଇଥିଲେ। ସ୍ଥାନୀୟ ସିଆରସିସି ଦୁର୍ବାଦଳ ବଡଗୋଛିଆ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଵିଜୟ କୁମାର ସାହୁ ସଭାକୁ ପରିଚାଳନା କରିଥିଲେ। ହୃଦାନନ୍ଦ ଵାଗ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ପଡା,ଲାଉମୁଣ୍ଡା,ପଥର୍ଲା, ଵଡବ୍ରାହ୍ମଣୀ,ଯୋଖିପାଲି,ତାଳପଦର, ଖରମୁଣ୍ଡା ଆଦି କ୍ଲଷ୍ଟରରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି।

Leave A Reply

Your email address will not be published.