ରାଜବୋଡାସମ୍ବର ଧନୁଯାତ୍ରା : ଷଡ଼ମାଲ୍ଲ ନିଧନ ରେ କଂସ ମର୍ମାହତ

0 1

 ପଦ୍ମପୁର :- ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା  ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ର ପଞ୍ଚମ ଦିବସ ରେ   ଗୋପପୁର  କେର୍ମେଲାବାହାଲ ଠାରେ ଦିବା ୧୦ ଟା ରୁ ୪ ମଧ୍ୟରେ ଶ୍ରୀମତୀ ଗୋପାଳିଲା ପରାୟଣ ଅନୁଷ୍ଠିତ ହୋଇଥିଲା। ପରେ ଷଡ଼ମାଲ୍ଲ ନିଧନ ସହ  ବକା, ଶକଟା, ତୃଣା, ଧେନୁ  ଆଦି କୁ ବଧ ଦୃଶ୍ୟ ଅଭିନୀତ ହୋଇଥିଲା।ତତ୍ପରେ  ମଥୁରା ରାଜ ଦରବାରରେ ଷଡ଼ମାଲ୍ଲ ନିଧନ ରେ କଂସ ମର୍ମାହତ ହୋଇ କାଳି ନାଗ ପ୍ରେରଣ କରିଥିଲେ ପରେ ମହାରାଣୀ ପଦ୍ମାବତୀ ଧନଶ୍ରୀ ଓଷା କରିଥିଲେ। ଉକ୍ତ ଦରବାର ରେ ରାଜଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,   ନାଟ୍ୟକାର କେଶରଞ୍ଜନ ପ୍ରଧାନ,   ପଦ୍ମପୁର ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ ,ବ୍ୟାଙ୍କ ଅଫ ଇଣ୍ଡିଆ ପଦ୍ମପୁର ଶାଖା ର ମ୍ୟାନେଜର ଶ୍ରୀଯୁକ୍ତ ଗଣେଶ ମେହେର, ପଳାସଦା ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ସୁରେଶ ଭୋଇ, ଓଡ଼ିଆ ଅସ୍ମିତା ର ମୁଖ୍ୟ ସୁବ୍ରତ ବିର୍ତ୍ତିଆ, ବରଗଡ଼ ଧନୁଯାତ୍ରା ର  ବିଜୁଳି କନ୍ୟା ଅର୍ଚ୍ଚିତା ମହାପାତ୍ର ସମେତ ଅନ୍ୟାନ୍ୟ  ଅଥିତି ମାନେ ଯୋଗ ଦେଇଥିଲେ । ପରେ  ପୁରୀ ଡ୍ୟାନ୍ସ ଏକାଡେମୀ ପୁରୀ,    ଅଙ୍ଗାରାଗ ଢେମସା ନୃତ୍ୟ ଖୋର୍ଦ୍ଧା,ନାୟିକା ଡ୍ୟାନ୍ସ ଏକାଡେମୀ ଭୁବନେଶ୍ୱର ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ବର୍ଷ ମହାରାଜ କଂସ ବିଜୟ କୁମାର ଦେବତା ଙ୍କ ଅଭିନୟ  ଉଚ୍ଚ କୋଟିର ଥିବାରୁ ଦର୍ଶକ ବେଶ ପ୍ରସଂଶା କରିଛନ୍ତି।

Leave A Reply

Your email address will not be published.