ଭୁବନେଶ୍ୱର, ଫେବୃୟାରୀ ୫: ଦୁଇ କେଜି ଓଜନର ଏକ ନବଜାତ ଶିଶୁର ଶରୀରର ବାମ ପାଶ୍ୱର୍ରେ କନ୍ଜେନିଟାଲ୍ ଡାୟାଫ୍ରାଗମେଟିକ୍ ହାର୍ନିଆ (ଜଡିଏଚ୍) ସମସ୍ୟା ହେତୁ ଗୁରୁତର ଅବସ୍ଥାରେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ଆସିଥିବା ବେଳେ ଏହି ଜଟିଳ ସମସ୍ୟାକୁ ସଫଳତାର ସହ ଚିକିତ୍ସା କରି ଶିଶୁଟିକୁ ନୂଆ ଜୀବନ ଦେଇଛନ୍ତି ଡାକ୍ତର ।
ଶିଶୁଟିର ଏଭଳି ସମସ୍ୟା ଚିହ୍ନଟ ହେବା ପରେ ତାକୁ ତୁରନ୍ତ ସମ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପ୍ରଥମେ ଶିଶୁଟିକୁ ନିଓନାଟାଲ୍ ଇନ୍ଟେନସିଭ୍ କେୟାର ୟୁନିଟ (ଏନ୍ଆଇସିୟୁ)କୁ ପଠାଯିବା ସହ ଅତ୍ୟାଧୁନିକ ଭେନ୍ଟିଲେଟ୍ର ସପୋର୍ଟ ମାଧ୍ୟମରେ ତା’ର ନିମ୍ନ ରକ୍ତଚାପ ଓ ଶ୍ୱାସଜନିତ ସମସ୍ୟାର ଚିକିତ୍ସା ଆରମ୍ଭ କରାଯାଇଥିଲା । ଶିଶୁଟି ଗୁରୁତର ଥିବାରୁ ତୁରନ୍ତ ତା’ର ଅସ୍ତେ୍ରାପଚାର ସମ୍ଭବ ହୋଇପାରି ନଥିଲା ।
ତେବେ ଶିଶୁର ଜନ୍ମ ହେବାର ୧୪ ଦିନ ପରେ ତା’ର ଅସ୍ତେ୍ରାପଚାର କରାଯାଇ ତା ଶରୀରରେ ଥିବା ସମସ୍ୟାକୁ ସମାଧାନ କରାଯାଇଥିଲା । ୩୩ ଦିନ ଧରି ଉପଯୁକ୍ତ ଚିକିତ୍ସା ଓ ଅତ୍ୟାଧୁନିକ ଲାଇଫ୍ ସପୋର୍ଟ ଦ୍ୱାରା ଶିଶୁଟି ସୁସ୍ଥ ହେବା ପରେ ତାକୁ ଏନ୍ଆଇସିୟୁରୁ ବାହାର କରାଯାଇଥିଲା ।
ହସ୍ପିଟାଲର ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ ଶିଶୁର ଚିକିତ୍ସାର ନେତୃତ୍ୱ ନେଇଥିବା ବେଳେ ଡାକ୍ତର ଭାବଗ୍ରାହୀ ମଲ୍ଲିକ, ଡାକ୍ତର ବିଜୟ କୁମାର, ଡାକ୍ତର ରତନ କୁମାର ଦାସ, ଡାକ୍ତର ଦେବୀପ୍ରସାଦ ସାହୁ, ଡାକ୍ତର ବିନିତ ପାଣିଗ୍ରାହୀ, ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର କଳ୍ପିତା ସାହୁ, ଡାକ୍ତର ସୁରେଶ ତ୍ରିପାଠୀ ଏବଂ ଡାକ୍ତର ଶିତିକଣ୍ଠ ନାୟକ ସମସ୍ତ ସହଯୋଗ କରିଥିଲେ ।
ଶିଶୁଶଲ୍ୟ ବିଭାଗର ମୁଖ୍ୟ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଏବଂ ଡାକ୍ତର ସୁବାଷ ଚନ୍ଦ୍ର ସୁବୁଦ୍ଧି ଏନ୍ଆଇସିୟୁରେ ନବଜାତ ଚିକିତ୍ସାର ତଦାରଖ କରିଥିଲେ । ଏହି ଡାକ୍ତରୀ ଟିମ୍କୁ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମସ୍ତ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.