ରାଜ୍ୟସ୍ତରୀୟ ଶ୍ରମିକ ନେତା ଠକେଇ ମାମଲାରେ ଗିରଫ।

0 1

ପଛରେ ଷଡ଼ଯନ୍ତ୍ର ଅଛି ବୋଲି ଅଭିଯୋଗ।   

 କେନ୍ଦୁଝର,ତା୫/୨- କେନ୍ଦୁଝର ଜିଲ୍ଲାରେ ଦକ୍ଷିଣପନ୍ଥୀ ଶ୍ରମିକ ସଂଗଠନରେ ତୃଣମୂଳ ସ୍ତରରୁ ଡାକ୍ତର ମହାନ୍ତ ଜଡ଼ିତ ହୋଇ ଏବେ ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ରୂପେ କାର୍ଯ୍ୟ କରୁଥିଲେ। ନିକଟରେ ସିଲିଯୋଡ଼ା ସ୍ଥିତ କାଳୀମାଟି ଲୌହ ଓ ମାଙ୍ଗାନିଜ ଖଣି ବାହାରେ ଶ୍ରମିକଙ୍କ ନ୍ୟାୟ ଲାଗି ଆନ୍ଦୋଳନ କରି ପ୍ରଶାସନକୁ ନେକେଦମ୍ କରିଥିଲେ। ପୁଣି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ଧରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥାୟୀ କର୍ମଚାରୀ ମାନେ ଅହୋରାତ୍ର ଆନ୍ଦୋଳନ ବେଳେ ସେ ଭିନ୍ନ ଭୂମିକା ନେଇ ଥିଲେ। ଆନ୍ଦୋଳନ ଗୋଟେ ଗୋଷ୍ଠୀ କରୁଥିଲା ବେଳେ ଡାକ୍ତର ମହାନ୍ତ ଏହାକୁ ସଂଗଠନକୁ ଯୋଡ଼ିବାରୁ ବିରୋଧ କରିଥିଲେ। ତେଣୁ ତାଙ୍କ ସଂଗଠନ ନାମରେ ବିଭ୍ରାଟ ହେଉଥିବା କଥା ସେ ପ୍ରେସ କନଫରେନ୍ସ କରି ଏତଲା ଦେଇଥିଲେ। ଜିଲ୍ଲାରେ ଶ୍ରମିକ ଆନ୍ଦୋଳନ ନେଇ ତାଙ୍କ ସଂଗଠନରେ ୨ ଗୋଷ୍ଠୀ ରହିଥିବା ସ୍ପଷ୍ଟ ହୋଇଥିଲା। ତେବେ ସେ ଏବେ ଏକ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଛନ୍ତି। ସୂଚନା ମିଳିଛି କି ଏକ ଏତଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ଆକାଶ ସାହୁ ନାମକ ଯୁବକ କେନ୍ଦୁଝର ଟାଉନ୍ ଥାନାରେ ଦେଇଥିଲେ କି ତାଙ୍କ ଠାରୁ ୨୦୨୩ରେ ଡାକ୍ତର ମହାନ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେବେ ବୋଲି କହି ୮ ଲକ୍ଷ ଟଙ୍କା ନେଇ ନିଯୁକ୍ତି ଦେଲେନି କି ଟଙ୍କା ଫେରାଉ ନାହାନ୍ତି। ତେଣୁ କେନ୍ଦୁଝର ଟାଉନ୍ ଥାନା ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ଅନ୍ୟ ସୂତ୍ରରୁ ଖବର ମିଳିଛି କି ଶ୍ରମିକ ନେତା ଯେତେ ବେଳେ ଟଙ୍କା ନେଲେ ସେତେ ବେଳେ ବିଜେଡ଼ି ସରକାର ଥିଲା ତେଣୁ ନିଯୁକ୍ତି ବ୍ୟବସ୍ଥା ସମ୍ଭବ ନଥିଲା। ବରଂ ଏହି ଟଙ୍କା ଜଣେ କ୍ରସର ବ୍ୟବସାୟୀ ନେଇଥିଲେ ଡାକ୍ତର ମଧ୍ୟସ୍ଥି ଥିଲେ ହେଲେ ସେହି ବ୍ୟବସାୟୀ ଠିକଣା ସମୟରେ ଟଙ୍କା ଆଉ ଦେଲେନି। ତେଣୁ ଶ୍ରମିକ ନେତା ଏବେ ଫସି ଯାଇ ଜେଲ୍ ଗଲେ। ଏହି ଘଟଣାର ସତ୍ୟତା କେନ୍ଦୁଝର ପୋଲିସ ଯାଞ୍ଚ କରି ଏହାର ଚେର କେତେ ଗଭୀର ପୁରା ତଦନ୍ତ କରିବାକୁ ଆଲୋଚନା ହେଉଛି।

Leave A Reply

Your email address will not be published.