ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା: ୩.୨.୨୦୨୫:- ସ୍ଥାନୀୟ ରଙ୍ଗମାଟିଗୁଡା ସ୍ଥିତ ଶ୍ରୀ କଲ୍ୟାଣ ମଣ୍ଡପ ଠାରେ ଏକ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମାଝୀ ନିଜ ବକ୍ତବ୍ୟରେ ଓଡିଶା ସରକାରଙ୍କ ନିର୍ମାଣ ଶ୍ରମିକଙ୍କ ପାଇଁ ବିଭିନ୍ନ ସହାୟତା ଓ ପଞ୍ଜୀକରଣ ନିଜକୁ କିଭଳି କରିପାରିବେ ଓ ଏହାର ସୁବିଧା ସୁଯୋଗ ପାଇପାରିବେ ତାହା ଶ୍ରମିକ ଭାଇଭଉଣୀମାନଙ୍କୁ ଉଦବୋଧନ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ନିର୍ମାଣ ଶ୍ରମିକମାନଙ୍କ ପାଇଁ କିଭଳି ଅନଲାଇନରେ ନିଜର ପଞ୍ଜୀକରଣ କରି ବିଭିନ୍ନ ସହାୟତା ଉପଲବ୍ଧି କରିପାରିବେ ତାହା ଶ୍ରମିକ ଭାଇ ଭଉଣୀମାନଙ୍କୁ ବୁଝାଇଥିଲେ । ନିର୍ମାଣ ଶ୍ରମିକ ପଞ୍ଜୀକରଣ ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ପଞ୍ଜୀକରଣ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି।ଆଜି ଶିବିରରେ ଉପସ୍ଥିତ ଶ୍ରମିକ ଭାଇ ଭଉଣୀଙ୍କ ମଧ୍ୟରେ ଶିକ୍ଷା ସହାୟତା ରୂପେ ୫ ଜଣଙ୍କୁ , ବିବାହ ସହାୟତା ରୂପେ ୫ ଜଣଙ୍କୁ , ମାତୃତ୍ଵ ସହାୟତା ରୂପେ ୩ଜଣଙ୍କୁ , ମୃତ୍ୟୁ ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ରୂପେ ୬ ଜଣଙ୍କୁ , ଏଭଳି ମୋଟ ୧୯ଜଣଙ୍କୁ ୧୬,୬୨,୦୦୦/- ଟଙ୍କା ସହାୟତା ହିତାଧିକାରୀ ଙ୍କୁ ଚେକ ମାଧ୍ୟମରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ପ୍ରଦାନ କରିଥିଲେ। ୧୯୯୮ ଜଣଙ୍କୁ ନୂତନ ଭାବେ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଉଛି।ଜିଲ୍ଲା ସ୍ତରୀୟ ଶ୍ରମିକ କଲ୍ୟାଣ ସମାରୋହରେ ଆଜି ଅନଲାଇନ ମାଧ୍ୟମରେ ବିବାହ ସହାୟତା ରୂପେ ୯୩ ଜଣଙ୍କୁ ୪୬,୫୦,୦୦୦ ଟଙ୍କା, ମାତୃତ୍ୱ ସହାୟତା ରୂପେ ୫୭ ଜଣଙ୍କୁ ୫,୭୦,୦୦୦ ଟଙ୍କା, ଶିକ୍ଷା ସହାୟତା ରୂପେ ୩୦ ଜଣଙ୍କୁ ୨,୯୭,୦୦୦ ଟଙ୍କା , ମୃତ୍ୟୁ କାଳୀନ ସହାୟତା ରୂପେ ୩୯ ଜଣଙ୍କୁ ୮୨,୦୦,୦୦୦ ଟଙ୍କା , ଅନ୍ତେଷ୍ଟିକ୍ରୀୟା ସହାୟତା ରୂପେ ୩୮ ଜଣଙ୍କୁ ୧,୯୦,୦୦୦ ଟଙ୍କା ଏଭଳି ମୋଟ ୨୫୭ ଜଣ ହିତାଧିକାରୀଙ୍କ ଜମାଖାତା କୁ ୧,୩୯,୦୭,୦୦୦ ଟଙ୍କା ପ୍ରେରଣ କରାଯାଉଛି। ଶିବିରରେ ସାଂସଦ ପ୍ରତିନିଧି ଜାନକୀ ବିଶୋଇ , ପ୍ରଭା ଗୀୟ ଶ୍ରମ ଆୟୁକ୍ତ କୁବେର ବେହେରା,ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା,କୁଞ୍ଜ ବିହାରୀ ଦାସ, ଶ୍ରମିକ ଟ୍ରେଡ ୟୁନିୟନ ନେତା ଓ ସଭ୍ୟ, ଶ୍ରମ କାର୍ଯ୍ୟଳୟ ର କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପ୍ରାୟ ୩୦୦ରୁ ଊର୍ଦ୍ଧ୍ଵ ଶ୍ରମିକ ଭାଇଭଉଣୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.