ବାସୁଦେବପୁର ବ୍ଲକ ରେ ଚାରୋଟି ସ୍ଥାନ ରେ ରାସ୍ତା ରୋକ୍ କଲେ ଚାଷୀ

0 2

ଦୀର୍ଘ ସମୟ ଧରି ଅଟକି ରହିଲା ଶହ ଶହ ଗାଡି।                 

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଧାନ କିଣାରେ କଟନି ଛଟନି । ଆଠ ପର୍ସେଣ୍ଟରୁ ଏଗାର ପର୍ସେଣ୍ଟ କଟନି ଛଟନି କୁ ନେଇ ଚାଷୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ବିରୋଧ କରି ଚାରି ଟି ସ୍ଥାନ ରେ ଚାଷୀ ମାନେ ରାସ୍ତା ରୋକ୍ କରିଛନ୍ତି। ବାସୁଦେବପୁର ବ୍ଲକ ର ବିଦେଇପୁର, ଏଡତାଳ, ନରସିଂହପୁର, ଇରମ ଠାରେ ମୁଖ୍ୟ ରାସ୍ତା ଅବରୋଧ କରି ଚାଷୀ ମାନେ ଦୀର୍ଘ ସମୟ ଧରି ରାସ୍ତା ରୋକ୍ କରିଛନ୍ତି।

ବିଦେଇପୂର୍ ଠାରେ ରମେଶ ଚନ୍ଦ୍ର ବଳ, ଉତ୍ତମ ପାତ୍ର, ବିଦ୍ୟାଧର ମୁଦୁଲି, କାହ୍ନୁ ଚରଣ ବେହେରା, ଆଦିତ୍ୟ ଗିରି, ଦୟାନିଧି ଦାସ, ତପନ କୁମାର ଭୂୟାଁ, ଶରତ ମିଶ୍ର, ରତ୍ନାକର ବାରିକ୍, ସୁବାସ ମାଝୀ ଙ୍କ ସହ ବହୁ ଚାଷୀ ସେହିପରି ଏଡତାଳ ଠାରେ ନିରଞ୍ଜନ ପଲାଇ, ହରିହର ବେହେରା, ଗୋପାଳ ଦାସ, ଅର୍ଜୁନ ମଲ୍ଲିକ, ବିଦ୍ୟାଧର ମଲିକ, ହିମାଂଶୁ ଜେନା, ଜଗବନ୍ଧୁ ନାୟକ, ହୃଷୀକେଶ ନାୟକ ଙ୍କ ସହ ବହୁ ଚାଷୀ ସେହିପରି ନରସିଂହପୁର ଠାରେ ଗୌରାଙ୍ଗ ପଣ୍ଡା, ପ୍ରଭାତ ବାରିକ୍, ଜଗନ୍ନାଥ ମିଶ୍ର, ପଦ୍ମ ଲୋଚନ ମହାରଣା, ଗଙ୍ଗାଧର ପରିଡ଼ା, ଭାଗିରଥି ମହାପାତ୍ର, ବିଭୂତି ଭୂଷଣ ପଣ୍ଡା ଙ୍କ ସହ ବହୁ ଚାଷୀ ସେହିପରି ଇରମ ଠାରେ ସୁବାସ ସନ୍ଧି ବିଗ୍ରହ, ଦେବ ଦତ୍ତ ବଳ, ଗୌରହରି ମଲିକ, ସୁନୀଲ ପାଢ଼ୀ, ଅମରେନ୍ଦ୍ର ପଣ୍ଡା, ରଘୁନାଥ ମଲିକ, ବଂଶୀ ଧର ସେଠୀ, ନିରଞ୍ଜନ ରାଉତ ଙ୍କ ସହ ବହୁ ଚାଷୀ ଉପସ୍ଥିତ ରହି ଦୀର୍ଘ ସମୟ ଧରି ବସି ରହି ଥିଲେ। ପ୍ରଶାସନ ପକ୍ଷରୁ ସମସ୍ତ ଚାରୋଟି ସ୍ଥାନ କୁ ଯାଇ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.