ପାଟୁଳି ସାହି ଉ:ପ୍ରା:ବିଦ୍ୟାଳୟର ବାର୍ଷିକ ଉତ୍ସବ

0 2

ବେଲଗୁଣ୍ଠା,-:(ଶିବରାମ ଚୌଧୁରୀ )-ଆଜି ବେଲଗୁଣ୍ଠା ବ୍ଳକ୍ ପାଟୁଳି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉଷା ରାଣୀ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରଶନ୍ନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଧୁମୁଛାଇ ସରପଞ୍ଚ ରଶ୍ମିତା କୁମାରୀ ସ୍ୱାଇଁ ମଞ୍ଚାସୀନ ଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ସି.ଆର.ସି.ସି କାଳୁ ଚରଣ ଗୌଡ଼,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବରାଜ ପ୍ରଧାନ, ଯୁବସାମ୍ବାଦିକ ଶିବରାମ ଚୌଧୁରୀ,ସାମ୍ବାଦିକ ମାଗୁଣି ମିଶ୍ର, ସଭାନେତ୍ରୀ ସଂଯୁକ୍ତା ବିଷୋୟୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ଅତିଥି ମାଗୁଣି ମିଶ୍ର କବିତା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚପରିଚାଳନା କରିଥିଲେ।ଶିକ୍ଷକ କୁମର ଜେନା, ରବୀନ୍ଦ୍ର ପ୍ରଧାନ, ଶିକ୍ଷୟିତ୍ରୀ ରଶ୍ମିବାଳା ମିଶ୍ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply

Your email address will not be published.